ପାରାଦୀପ ବନ୍ଦର ୬୫ତମ ପ୍ରତିଷ୍ଠା ଦିବସରେ ୨୧ତମ ମାରାଥନ ପ୍ରତିଯୋଗିତା : ଅଶୋକ ଦଣ୍ଡସେନା ଓ ଅନିତା ଦାସ ଚମ୍ପିୟନ
Alok Kumar Mohapatra | 03 Jan 2026 | 12 min read | 12 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ ଜାନୁଆରୀ ୩ ତାରିଖ ଶନିବାର ଦିନ ୨୧ତମ ପାରାଦୀପ ମାରାଥନ ୨୦୨୬ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଗୋପବନ୍ଧୁ କ୍ରୀଡା ସଂସଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୂଖ୍ୟ ଅତିଥି ଭାବେ ଯୋଗଦେଇ ହନୁମାନ ମନ୍ଦିର ଛକରୁ ପତାକା ଦେଖାଇ ମାରାଥନ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ l ଏଥିରେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଟି.ଭେଣୁ ଗୋପାଳ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ବନ୍ଦର ଟାଉନସିପର ବାସିନ୍ଦା ଏବଂ ବିଭିନ୍ନ ସଂଗଠନର ଉତ୍ସାହୀ ସମର୍ଥନ ମଧ୍ୟରେ ୧୪ କିଲୋମିଟର ଦୌଡ଼ ପ୍ରତିଯୋଗିତା ଗୋପବନ୍ଧୁ ଷ୍ଟାଡିୟମରେ ଶେଷ ହୋଇଥିଲା। ୨୮୦ ପୁରୁଷ ଏବଂ ୫୬ ମହିଳା ସମେତ ମୋଟ ୩୩୬ ଜଣ ଏହି ମାରାଥନରେ ଅଂଶଗ୍ରହଣ କରିଥିଲେ।
ଗୋପବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ହରନାଦ ସ୍ମରଣ କରାଇଥିଲେ ଯେ ପାରାଦୀପ ବନ୍ଦର, ଯାହାର ଶିଳାନ୍ୟାସ ୩ ଜାନୁଆରୀ ୧୯୬୨ ମସିହାରେ ହୋଇଥିଲା ଏବଂ ଏକ ଛୋଟ ଜେଟିରୁ ଭାରତର ପ୍ରମୁଖ ବନ୍ଦର ମଧ୍ୟରୁ ଗୋଟିଏ ବନ୍ଦର ଭାବେ ପରିଗଣିତ ହୋଇଥିଲା। ଏହି ବନ୍ଦର ବର୍ତ୍ତମାନ ମୂଲ୍ୟାଙ୍କିତ କ୍ଷମତା ଦୃଷ୍ଟିରୁ ସବୁଠାରୁ ବଡ଼ ପ୍ରମୁଖ ବନ୍ଦର, ଭାରତୀୟ ପ୍ରମୁଖ ବନ୍ଦର ମଧ୍ୟରେ ସର୍ବୋତ୍ତମ ବର୍ଥ ଉତ୍ପାଦକତା ରେକର୍ଡ କରି ଦେଶର ସବୁଠାରୁ କମ ଖର୍ଚ୍ଚରେ ପାରାଦୀପ ବନ୍ଦର ପ୍ରମୁଖ ବନ୍ଦର ଭାବେ ଉଭା ହୋଇଛି। ଏତଦବ୍ୟତୀତ ୨୦୩୦ ମସିହା ସୁଦ୍ଧା ପାରାଦୀପ ବନ୍ଦର ୪୦୦ ମିଲିୟନ ମେଟ୍ରିକ ଟନ କ୍ଷମତା ଆଡ଼କୁ ସ୍ଥିର ଭାବରେ ଅଗ୍ରଗତି କରୁଥିବା ଉପରେ ବନ୍ଦରାଧ୍ୟକ୍ଷ ଶ୍ରୀ ହରନାଦ ଆଲୋକପାତ କରିଥିଲେ।
ଏହି ଅବସରରେ, ଓଡ଼ିଶାର ଉଦୀୟମାନ ଧାବକ ପ୍ରତୀକ ମହାରଣା ଙ୍କୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ପି.ଏଲ.ହରଣାଦ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରିଥିଲେ।
ଏହି ମାରାଥନ ପ୍ରତିଯୋଗିତାରେ ପୁରୁଷ ବର୍ଗରେ, ଓଡ଼ିଶା ପୋଲିସର ଅଶୋକ ଦଣ୍ଡସେନା ୪୩ ମିନିଟ ମିନିଟ୍ ୫୨.୨ ସେକେଣ୍ଡ ସମୟ ସହିତ ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟନ ହୋଇଥିଲେ। ସେହିପରି ରାଞ୍ଚିର ଗୁଲସନ ଡୁଙ୍ଗ ଡୁଙ୍ଗ ୪୪ ମିନିଟ୍ ୧୧.୯ ସେକେଣ୍ଡ ସହିତ ଦ୍ୱିତୀୟ ସ୍ଥାନ ଅଧିକାର ଏବଂ ଝାଡ଼ଖଣ୍ଡର ରାକେଶ ମହାନ୍ତ ୪୪ ମିନିଟ୍ ୧୮.୩ ସେକେଣ୍ଡ ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ମହିଳା ବର୍ଗରେ, ଝାଡ଼ଖଣ୍ଡର ସୁଶ୍ରୀ ଅନିତା ଦାସ ୫୧ ମିନିଟ୍ ୦୮.୪ ସେକେଣ୍ଡରେ ଦୌଡ଼ ସମାପ୍ତ କରି ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟନ ହୋଇଥିବା ବେଳେ ଓଡିଶା ମୟୂରଭଞ୍ଜର ସୁଶ୍ରୀ ସନ୍ଧ୍ୟା ମୁର୍ମୁ ୫୪ ମିନିଟ୍ ୨୪.୨ ସେକେଣ୍ଡ ସହିତ ଦ୍ୱିତୀୟ ଏବଂ ଓଡ଼ିଶା ପୋଲିସର ସୁଶ୍ରୀ ବାସନ୍ତୀ ମାଣ୍ଡିଆ ୫୪ ମିନିଟ୍ ୫୧.୬ ସେକେଣ୍ଡ ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଗୋପବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ଟି.ଭେଣୁ ଗୋପାଳ ଏବଂ ବିଭାଗୀୟ ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ପାରାଦୀପ ବନ୍ଦର କ୍ରୀଡା ପରିଷଦର ସଦସ୍ୟ ଓ ବୈଷୟିକ ସଦସ୍ୟ ମାନଙ୍କ ସହଯୋଗରେ ଆୟୋଜିତ ଏହି ମାରାଥନ ପ୍ରତିଯୋଗିତା ଏବଂ କାର୍ଯ୍ୟକ୍ରମକୁ ଗୋପବନ୍ଧୁ କ୍ରୀଡା ସଂସଦର ସଭାପତି ଏଚ.ଏସ.ରାଉତ, କାର୍ଯ୍ୟକାରୀ ସଭାପତି ଡା.ଦୁର୍ଗା ପ୍ରସାଦ ସେଠୀ, ସମ୍ପାଦକ ଧୂନ ଚନ୍ଦ୍ର ତରାଇଙ୍କ ନେତୃତ୍ୱରେ ଏବଂ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ର ଅଧିକାରୀଙ୍କ ସହାୟତାରେ ମାରାଥନକୁ ସଫଳତାର ସହ ପରିଚାଳନା କରିଥିଲେ l