ସାରଥୀ ପରିବାର ତରଫରୁ ର ସେବାକାର୍ଯ୍ୟକୁ ନେଇ ପ୍ରଚାର ପ୍ରସାର
Alok Kumar Mohapatra | 03 Jan 2026 | 7 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : ଧିରେ ଧିରେ ସାରଥୀ ଭକ୍ତ ମାନଙ୍କ ଦ୍ବାରା ସାରଥୀଙ୍କ ପ୍ରଚାର ପ୍ରସାର ବୃଦ୍ଧି ପାଇବାରେ ଲାଗିଛି । ପାରାଦ୍ଵୀପ ର ବିଭିନ୍ନ ସ୍ଥାନରେ ବିଭିନ୍ନ ପର୍ବପର୍ବାଣି ରେ ସାରଥୀ ଙ୍କ ଭକ୍ତ ମାନଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସାରଥୀ ଙ୍କ ପ୍ରଚାର କରାଯାଇଛି। ଯାହାକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଉଥିବା ନଜିର ରହିଛି। ନୂଆବର୍ଷ ଅବସରରେ ନିଜ ପରିବାର ଠାରୁ ଅଲଗା ହୋଇ ରହୁଥିବା ବୃଦ୍ଧ ବାପା ମାଆଙ୍କ ନିକଟରେ ପହଞ୍ଚିଛନ୍ତି ସାରଥୀଙ୍କ ଭକ୍ତ । ପାରାଦୀପ ର ସାଇ ଜରାଶ୍ରମରେ ରହୁଛନ୍ତି ୩୩ଜଣ ବୃଦ୍ଧବୃଦ୍ଧା। କାହାକୁ ପୁଅବୋହୂ ଘରୁ ବାହାର କରି ଦେଇଥିବା ବେଳେ କିଏ ନିର୍ଯ୍ୟାତନା ସହି ନପାରି ଘରୁ ପଳାଇ ଆସିଛି ଏମିତି କି ଅନେକଙ୍କର କେହି ନାହାଁନ୍ତି। ସବୁଠାରୁ ବଡ ଦୁଃଖ ର କଥା ହେଉଛି ପରିବାର ର ସମସ୍ତେ ଥାଇ ମଧ୍ୟ ନିର୍ଯ୍ୟାତିତ ଓ ଅବହେଳିତ ହୋଇ ସେମାନଙ୍କ ଶେଷ ଠିକଣା ପାଲଟିଛି ବୃଦ୍ଧାଶ୍ରମ। ନୂତନବର୍ଷ ରେ କିଏ କେତେ ମାଛ ମାଂସ ଖାଇ ନାଚଗୀତ ରେ ମସଗୁଲ ହେଉଥିବା ବେଳେ ପାରାଦୀପ ର ସାରଥୀ ପରିବାର ତରଫରୁ ଭଜନ କୀର୍ତ୍ତନ ଓ ନାଚଗୀତ ମାଧ୍ୟମରେ ସାଇ ଜରାଶ୍ରମରେ ରହୁଥିବା ଅନ୍ତେବାସୀ ଙ୍କ ମୁହଁରେ ଟିକିଏ ହସ ଫୁଟାଇ ପାରିଛନ୍ତି। ଏହି ଅବସରରେ ସେମାନଙ୍କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରି ସେମାନଙ୍କ ଠାରୁ ଆଶିର୍ବାଦ ଗ୍ରହଣ କରିବା ସହିତ ଖୁସି ଅନୁଭବ କରିଛନ୍ତି ବୋଲି କହିଛନ୍ତି ସାରଥୀ ପରିବାର । ସାରଥୀ ଙ୍କ ବାଣୀ ଥିଲା 'ଗରିବ କୁ ଦେଖ୍ ଗୋବିନ୍ଦ କୁ ଦେଖ୍ '। ସେବା ହିଁ ବଡ ଧର୍ମ। ସାରଥୀ ଙ୍କ ବାଣୀକୁ ସ୍ମରଣ କରି ପାରାଦୀପ ସାରଥୀ ପରିବାର ତରଫରୁ ସେବା କାର୍ଯ୍ୟ ରେ ନିୟୋଜିତ ହେବା ସହିତ ବାପାମାଆଙ୍କୁ ଜରାଶ୍ରମରେ ଛାଡି ଦେଇଥିବା ପିଲାମାନେ ତାଙ୍କର ଭୂଲକୁ ସ୍ବିକାର କରି ବାପାମାଆଙ୍କୁ ଘରକୁ ଫେରାଇ ନେବାପାଇଁ ଅନୁରୋଧ କରିଛନ୍ତି ସାରଥୀ ଭକ୍ତ।
