Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବନ୍ଦର ନଗରୀ ପାରାଦ୍ୱୀପ ରେ ଭୋକ ଉପାସ ରେ କଟୁଛି ଜୀବନ

Alok Kumar Mohapatra | 03 Jan 2026 | 10 min read | 4 views

ପାରାଦ୍ୱୀପ ( ପି.ଏନ. ଏସ ) : ଦିନ ଥିଲା ସ୍ବାମୀ ସ୍ତ୍ରୀ ଉଭୟ ରୋଜଗାର କରି ଭଲରେ ଦିନ କାଟିବା ସହିତ ଅନ୍ୟର ଦୁଃଖ ରେ ଠିଆ ହେଉଥିଲେ। ମାତ୍ର ବଦଳିଗଲା ସମୟର ଚକ୍ର, ଏବେ ନିଜେ ରୋଜଗାର କରିପାରୁ ନାହାନ୍ତି । ରୋଗ ଶଯ୍ୟାରେ ପଡ଼ିଥିବା ଶ୍ରୀଧର ଓ ଆଶାଲତା ଏବେ ଖୋଜୁଛନ୍ତି ଅନ୍ୟର ସାହାରା।

ବନ୍ଦର ନଗରୀ ପାରାଦ୍ଵୀପ ର ବୃନ୍ଦାବନ କଲୋନୀ ରେ ରହୁଥିବା ଶ୍ରୀଧର ରାଉତ ଓ ଆଶାଲତା ଓଳିଏ ଖାଇଲେ ଦୁଇ ଓଳି ଉପବାସ, ଦେହ ପାଇଁ ଔଷଧ କଥା କିଏ ପଚାରୁଛି ? ଦିନ ଥିଲା ଶ୍ରୀଧର ମାଛଧରା ବନ୍ଦର ରେ ବୋଟ୍ ସୁପରଭାଇଜର ଭାବେ କାର୍ଯ୍ୟ କରି ପରିବାର ଚଳାଇବା ସହିତ ଅନ୍ୟର ଦୁଃଖ ସୁଖ ରେ ଛିଡ଼ା ହେଉଥିଲେ। ପୂର୍ବରୁ ଶ୍ରୀଧର ରାଉତ ମାଛଧରା ବେସ୍ ରେ କାମ କରି ବେଶ୍ ଦୁଇ ପଇସା ରୋଜଗାର କରୁଥିଲେ। ତାଙ୍କ କାନ୍ଧରେ କାନ୍ଧ ମିଶାଇ ତାଙ୍କ ସ୍ତ୍ରୀ ଆଶାଲତା ରାଉତ ପାରାଦ୍ଵୀପ ମ୍ୟୁନିସିପାଲଟି ରେ ନିୟୋଜିତ ସଫେଇ ଗାଡ଼ିରେ କାମ କରୁଥିଲେ। ମାତ୍ର ଦୁର୍ଭାଗ୍ୟ ଯେତେବେଳେ ଆସେ ପରିବାରକୁ ସାଙ୍ଗରେ ନେଇ ହିଁ ଆସିଥାଏ। ହଠାତ୍ ଶ୍ରୀଧର ଙ୍କ ବ୍ରେନ୍ ଷ୍ଟ୍ରୋକ ହେଲା ଏବଂ ସେ ପକ୍ଷାଘାତ ରୋଗରେ ପୀଡିତ ହୋଇଥିବା ବେଳେ ଏହାର କିଛିଦିନ ଭିତରେ ପତ୍ନୀ ଆଶାଲତା ଙ୍କର ଦୂର୍ଘଟଣାରେ ଗୋଡ଼ ଭାଙ୍ଗିଗଲା। ଉଭୟ ଏବେ ଘରେ ପଡ଼ିଥିବା ବେଳେ କିଛି କାମ ନଥିବାରୁ ଚୁଲି ଜଳିବା ଅସମ୍ଭବ ହୋଇ ପଡ଼ିଛି। ଓଳିଏ ଖାଇଲେ ଦୁଇ ବେଳା ଉପବାସ ରହିବାକୁ ପଡୁଛି।


ଏଭଳି ପରିସ୍ଥିତିରେ ମ୍ୟୁନିସିପାଲଟି ର ଯେଉଁ ଠିକାଦାର ଅଧିନରେ ଆଶାଲତା କାମ କରୁଥିଲେ, ସିଏ ମଧ୍ୟ ତାଙ୍କର ଦୁଃଖ ରେ ସହଯୋଗ ର ହାତ ବଢାଇଲେ ନାହିଁ। ଦିନେ ଯିଏ ଅନ୍ୟର ଦୁଃଖ ରେ ନିଜର ସ୍ବଳ୍ପ ରୋଜଗାର କୁ ଖର୍ଚ୍ଚ କରିଦେଉଥିଲା, ଆଜି ସିଏ ନିଜେ ଗଣ୍ଡାଏ ଖାଇବା ଓ ଔଷଧ ଟିକିଏ କିଣିବା ପାଇଁ ସଂଘର୍ଷ କରୁଛି। ଆଜିର ସ୍ୱାର୍ଥପର ଦୁନିଆଁରେ ଅନ୍ୟ ପାଇଁ ଚିନ୍ତା କରୁଥିବା ଶ୍ରୀଧର ଓ ଆଶାଲତା ସମୟ ଚକ୍ରରେ ନିଜେ ଅସହାୟ ହୋଇପଡିଛି। କିଛି ସହୃଦୟ ବ୍ୟକ୍ତି ବିଶେଷ ଯଦି ଉଭୟଙ୍କୁ ସହଯୋଗ ର ହାତ ବଢାନ୍ତି, ତେବେ ଉଭୟ ଦୁଇ ଓଳି ଦୁଇମୁଠା ଖାଇବା ସହିତ ଔଷଧ ଖାଇ ସୁସ୍ଥ ହୋଇ ପାରନ୍ତେ ବୋଲି ଅନୁରୋଧ କରିଛନ୍ତି ଉଭୟଙ୍କ ପଡୋଶୀ।


ଯଦି କୌଣସି ସହୃଦୟ ବ୍ୟକ୍ତି ହୁଅନ୍ତୁ କିମ୍ବା ସଂଗଠନ ଆଶାଲତାଙ୍କ ଏହି ବ୍ୟାଙ୍କ ଆକାଉଣ୍ଟ ନମ୍ବର 32183167780, IFSC CODE - SBIN0007979, STATE BANK OF INDIA, BRANCH - PARADEEP ରେ ହେଉ କିମ୍ବା ତାଙ୍କ ଫୋନପେ ନମ୍ବର 9078115103 ରେ ସହଯୋଗ କରନ୍ତି ତେବେ ଅସହାୟ ଅବସ୍ଥାରେ ଥିବା ଶ୍ରୀଧର ଓ ଆଶାଲତା ଦୁଇ ମୁଠା ଖାଇବା ସହିତ ଔଷଧ କିଣିବା ପାଇଁ ସମର୍ଥ ହୋଇପାରିବେ ବୋଲି ସାଧାରଣରେ ନିବେଦନ କରାଯାଇଛି
ଯୋଗାଯୋଗ - ଆଶାଲତା ରାଉତ, ମୋବାଇଲ ନମ୍ବର - 9078115103