ଅଭିନଵ ଢଙ୍ଗରେ ନୂତନ ବର୍ଷ ପାଳନ କଲା ଗ୍ରୀନ ପାରାଦ୍ଵୀପ ଟ୍ରଷ୍ଟ ।
Alok Kumar Mohapatra | 01 Jan 2026 | 5 min read | 10 views
ପାରାଦ୍ୱୀପ ( ପି.ଏନ. ଏସ ) : ବନ୍ଦର ସହର ପାରାଦ୍ଵୀପ ରେ ବିଭିନ୍ନ ଅନୁଷ୍ଠାନ, ସଂଗଠନ ଓ ବ୍ୟକ୍ତିବିଶେଷ ମାନେ ନୂତନ ବର୍ଷ କୁ ସ୍ୱାଗତ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରିଥିବା ବେଳେ ଅଗ୍ରଣୀ ପରିବେଶଧର୍ମୀ ଅନୁଷ୍ଠାନ ଗ୍ରୀନ ପାରାଦୀପ ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁବାର ଦିନ ଅଭିନଵ ଢଙ୍ଗରେ ନୂତନ ବର୍ଷ ପାଳନ କରାଯାଇଥିଲା l ଏହି ଅବସରରେ ବଡ଼ପଡ଼ିଆ ଆଦର୍ଶ ଥାନା ନିକଟସ୍ଥ ପ୍ରେସ ଗ୍ୟାଲେରୀ ନିକଟରେ ଟ୍ରଷ୍ଟ ର ଅଧ୍ୟକ୍ଷ ରାକେଶ ପଟ୍ଟନାୟକ ଙ୍କ ନେତୃତ୍ୱରେ ପ୍ରଦୂଷଣ ସୁରକ୍ଷା ପାଇଁ ସାଧାରଣରେ ମାସ୍କ ବଣ୍ଟନ କରାଯାଇଥିବା ବେଳେ ଅସହାୟ ବ୍ୟକ୍ତି ମାନଙ୍କୁ ଶୀତ ରୁ ରକ୍ଷା ପାଇଁ ଜ୍ୟାକେଟ ପ୍ରଦାନ ଏବଂ ରାସ୍ତାରେ ବିନା ହେଲମେଟ ରେ ଯାଉଥିବା ଗାଡି ଚାଳକ ମାନଙ୍କୁ ଅଟକାଇ ହେଲମେଟ ପରିଧାନ ପାଇଁ ସଚେତନ କରିବା ସହିତ ସେମାନଙ୍କୁ ଗୋଲାପ ଫୁଲ ଦିଆଯାଇ ପ୍ରଦୂଷଣରୁ ସୁରକ୍ଷା ପାଇଁ ମାସ୍କ ପିନ୍ଧାଇ ମିଠା ଖୁଆଇ ନୂତନ ବର୍ଷ ର ଅଭିନନ୍ଦନ ଜଣାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଟ୍ରଷ୍ଟ ର ଏପରି ମହତ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ର ସଦସ୍ୟ ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବା ବେଳେ ଗ୍ରୀନ ପାରାଦୀପ ଟ୍ରଷ୍ଟର ଏଭଳି ନିଆରା ପ୍ରାୟସକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି l
