ପାରାଦ୍ଵୀପ ମହୋତ୍ସବ ୨୦୨୫ ସଫଳତାର ସହ ଉଦଯାପିତ ।
Alok Kumar Mohapatra | 01 Jan 2026 | 8 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ର ଜୟଦେବ ସଦନ ପରିସରରେ ଦୀର୍ଘ ସାତଦିନ ଧରି ଚାଲିଥିବା ପାରାଦୀପ ମହୋତ୍ସବ ୨୦୨୫ ବୁଧବାର ସନ୍ଧ୍ୟାରେ ସଫଳତାର ସହ ଉଦଯାପିତ ହୋଇଯାଇଛି l ଅଟଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଥାନାଛକ ନିକଟରୁ ସଭା ସ୍ଥଳ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ଅନ୍ୟ ଅତିଥି ମାନେ ସାମିଲ ହୋଇଥିଲେ l ଉଦଯାପନୀ ସନ୍ଧ୍ୟାରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ଵୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟସାରଥୀ ମହାନ୍ତି ଓ ରାଜକିଶୋର ବେହେରା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ଏହି ଅବସରରେ ପାରାଦୀପ ର ବହୁ ପ୍ରତିଭା ଓ ଅନୁଷ୍ଠାନ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ l ଏହି ଉଦଯାପନୀ ସମାରୋହକୁ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ସୁବ୍ରତ ପ୍ରଧାନ ଓ ସମ୍ପାଦକ ସର୍ବେଶ୍ୱର ବଳିୟାରସିଂହ ପରିଚାଳନା କରିଥିବା ବେଳେ ସଦସ୍ୟ ବଜରଙ୍ଗ ସ୍ୱାଇଁ, ଅର୍ଜିଲ ଶିବା,ସର୍ବେଶ୍ୱର ଜେନା, ଦିଲ୍ଲୀପ ବେହେରା, ଜିତେନ୍ଦ୍ର ସାହୁ,ଗୋବିନ୍ଦ ନାୟକ, ଦିଲୀପ ବଳିୟାରସିଂହ, କେଦାର ବେହେରା, ଯୀଶୁଖ୍ରୀଷ୍ଟ ପ୍ରଧାନ, ହୃଷିକେଶ ଦାସ, କୃଷ୍ଣ ଚନ୍ଦ୍ର ଜେନା, ମନୋରଞ୍ଜନ ସାହୁ, ଗୌରାଙ୍ଗ ମଣ୍ଡଳ, ପ୍ରଦୀପ ମଲ୍ଲିକ,ମମତା ସ୍ୱାଇଁ, ନନ୍ଦିନୀ ପରିଡା, ମିନାକ୍ଷୀ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ଶେଷରେ ଜିରୋ ନାଇଟ ସେଲିବ୍ରେସନ ରେ କେକ୍ କଟାଯାଇ ନୂତନ ବର୍ଷକୁ ସ୍ୱାଗତ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହ ୨୦୨୬ ବର୍ଷ ସମସ୍ତଙ୍କର ସୁଖ ସମୃଦ୍ଧିର ବର୍ଷ ହେବା ପାଇଁ କାମନା କରିଥିଲେ l ତେବେ ଏହି ସପ୍ତାହ ବ୍ୟାପି ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଓଡ଼ିଶାର ନାମିଦାମୀ କଣ୍ଠଶିଳ୍ପୀ ଙ୍କ ସଙ୍ଗୀତ ପରିବେଷଣ ବେସ ଆକର୍ଷଣୀୟ ହୋଇପାରିଥିଲା l
