Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଆଦିଦେବ ଏଣ୍ଟରଟେନମେଣ୍ଟ ପକ୍ଷରୁ ପାରାଦୀପରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ପାଇଁ ଜାନୁଆରୀ ୪ ରେ ଦ୍ଵିତୀୟ ଚୟନ ପ୍ରକ୍ରିୟା ।

Alok Kumar Mohapatra | 01 Jan 2026 | 5 min read | 11 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ର ଅଗ୍ରଣୀ ସାଂସ୍କୃତିକ ସଂଗଠନ ଆଦିଦେବ ଏଣ୍ଟରଟେନମେଣ୍ଟ ର ପ୍ରଥମ ମେଗା ସୌନ୍ଦର୍ଯ୍ୟ ପ୍ରତିଯୋଗିତା ପାଇଁ ପାରାଦୀପ ପୋର୍ଟ କ୍ଳବ ଠାରେ ଗତ ଡିସେମ୍ବର ୨୧ ତାରିଖରେ ପ୍ରଥମ ଚୟନ ପ୍ରକ୍ରିୟା ଆୟୋଜିତ ହୋଇଥିଲା l ଏହି ପ୍ରତିଯୋଗିତାରେ ପାରାଦୀପ ପରି, ପାରାଦ୍ଵୀପ ରାଜକୁମାରୀ ଓ ପାରାଦୀପ ଶ୍ରୀମତୀ ତିନିଗୋଟି ବିଭାଗ ର ପ୍ରଥମ ପର୍ଯ୍ୟାୟ ଅଡିସନ ସରିଛି l ଏବଂ ଏହି ପ୍ରତିଯୋଗିତା ପାଇଁ ୩୦ ଜଣ ଚୟନ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳର ଆଶାୟୀ ଯୁବତୀ ଓ ମହିଳା ପ୍ରତିଯୋଗୀଙ୍କ ଅନୁରୋଧ କ୍ରମେ ଏହାର ଦ୍ଵିତୀୟ ଚୟନ ପ୍ରକ୍ରିୟା ଆସନ୍ତା ଜାନୁଆରୀ ୪, ୨୦୨୬ ରେ ମଧୁବନ ସ୍ଥିତ ଶ୍ରମିକ ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ନେଇ ଆଦିଦେବ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ ବନ୍ଦିତା ପଟ୍ଟନାୟକ ସୂଚନା ଦେଇଛନ୍ତି l ପାରାଦୀପ ଅଞ୍ଚଳର କଳା, ସାହିତ୍ୟ, ନୃତ୍ୟ କ୍ଷେତ୍ରରେ ଲୁକାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆଣିବା ସହିତ ଏହି ପ୍ରତିଭା ମାନେ କିପରି ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିବେ ଏହା ଆଦିଦେବ ଏଣ୍ଟରଟେନମେଣ୍ଟ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଡ଼ଃ. ବନ୍ଦିତା ପଟ୍ଟନାୟକ l