ଅସ୍ମିତା ଖେଲୋ ଇଣ୍ଡିଆ କିକବକ୍ସିଙ୍ଗ ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା କ୍ରୀଡ଼ାବିତ ଙ୍କ କୃତିତ୍ୱ ।
Alok Kumar Mohapatra | 30 Dec 2025 | 8 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଏବଂ ୱାକୋ କିକବକ୍ସିଙ୍ଗ ଫେଡେରେସନ ପକ୍ଷରୁ ଅସ୍ମିତା ଖେଲୋ ଇଣ୍ଡିଆ କିକବକ୍ସିଙ୍ଗ ପ୍ରତିଯୋଗିତା ଓଡିଶା ର ଯାଜପୁର ସ୍ଥିତ ବିଜୁପଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ଗତ ଡ଼ିସେମ୍ବର 27ରୁ 29 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଅଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ବ ହୋଇଥିବା ଏହି ଅସ୍ମିତା ଖେଲୋ ଇଣ୍ଡିଆ ପ୍ରତିଯୋଗିତା କେବଳ ନାରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଏବଂ ନାରୀ ସଶକ୍ତିକରଣରେ ଏହାର ପ୍ରମୁଖ ଭୂମିକା ରହିଛି l କିଭଳି ଭାବରେ ଭାରତ ର ପ୍ରତ୍ୟେକ ଝିଅ ଆତ୍ମରକ୍ଷା କୌଶଳ ଶିଖି ନିଜକୁ ଶକ୍ତିଶାଳୀ କରିପାରିବେ ଏହା ଅସ୍ମିତା ଖେଲୋ ଇଣ୍ଡିଆ ର ମୁଖ୍ୟ ଉଦେଶ୍ୟ l ଏହି ପ୍ରତିଯୋଗିତା ସମ୍ପୂର୍ଣ୍ଣ ଦେୟମୁକ୍ତ ଥିଲା ଏବଂ ଏହି ଅସ୍ମିତା ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ କିକ ବକ୍ସିଂ ଖେଳ କୁ ସ୍ଥାନ ମିଳିଥିବାରୁ ୱାକୋ ଓଡିଶା ର ସଭାପତି କାର୍ତିକ ଡାକୁଆ ଙ୍କ ଅବଦାନ ଅତୁଳନୀୟ l
ଏହି ପ୍ରତିଯୋଗିତାରେ ଓଡିଶା ରୁ ମୋଟ ୨୨୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାରୁ ୧୨ ଜଣ ପ୍ରତିଯୋଗୀ କୋଚ ଅମର ଜ୍ୟୋତି ରାଉତ ଏବଂ ମାନସ ଦୋରା ଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଥିଲେ l
ପ୍ରଥମ ଥର ପାଇଁ ଜଗତସିଂହପୁର ଜିଲ୍ଲା କୁ ଏହି ପ୍ରତିଯୋଗିତାରେ ଶତ ପ୍ରତିଶତ ସଫଳତା ମିଳିଛି ଏବଂ ସମସ୍ତ ପ୍ରତିଯୋଗୀ ଆଗାମୀ ଜାତୀୟ ଜୋନାଲ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି l ଜଗତସିଂହପୁର ଜିଲ୍ଲା ର ୧୨ ଜଣ ଖେଳାଳି ମୋଟ ୧୬ଟି ପଦକ ହାସଲ କରିଛନ୍ତି, ଯାହା ମଧ୍ୟରେ ୭ ସ୍ବର୍ଣ୍ଣ, ୭ ରୋପ୍ୟ ଏବଂ ୨ଟି କାଂସ୍ୟ ପଦକ ରହିଛି l ଏହି ସଫଳତା ପାଇଁ ପାରାଦ୍ୱୀପ ବିଧାୟକ ତଥା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମସ୍ତ କ୍ରୀଡ଼ାବିତ ଓ ପ୍ରଶିକ୍ଷକ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ଖେଳାଳି ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ ବୋଲି କହିଛନ୍ତି l ଏହି ସଫଳତା ପାଇଁ ଜଗତସିଂହପୁର ଜିଲ୍ଲା କିକ ବକ୍ସିଂ ସଙ୍ଘ ର ଉପସଭାପତି ଗଗନ ବିହାରୀ ରାଉତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l