ପାରାଦ୍ଵୀପ ବଜାରରେ ମିଳିବନି ଦହିବରା ଗୁପଚୁପ
pragyansila bureau | 19 Jun 2025 | 3 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ୱୀପ ରେ ଆଉ ଦେଖିବାକୁ ମିଳିବନି ଦହିବରା ଗୁପଚୁପ | ନିରାଶ ହେବେ ଦହିବରା ଓ ଗୁପଚୁପ ପ୍ରେମୀ | ପାଟିରେ ଆଉ ବାଜିବନି ଚଟପଟି ଖଟାପାଣି କି ସୁଆଦିଆ ଦହିପାଣି | ପ୍ରଶାସନ ଲଗେଇବ କଟକଣା | ଡ଼ାଇରିଆ ସଂକ୍ରମଣ କୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନେଇଛି ପାରାଦ୍ୱୀପ ପୌର ପାଳିକା | ଦୂଷିତ ପାଣି ଯୋଗୁଁ ବିଭିନ୍ନ ଜିଲ୍ଲାରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି ଡ଼ାଇରିଆ | ଏହାକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି | ବିଶେଷ କରି ଗୁପଚୁପ, ଦହିବରା ଭଳି ଷ୍ଟ୍ରିଟ୍ ଫୂଡ୍ କୁ ଟାର୍ଗେଟ୍ କରିଛି ପ୍ରଶାସନ | ପାରାଦ୍ୱୀପ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ପାରାଦ୍ୱୀପ ପୌରାଧକ୍ଷ ବସନ୍ତ ବିଶ୍ୱାଳ |
