ମେସିନ ଅପରେଟରଙ୍କୁ ମାଲିକ ପୁଅ ମାରିଲେ ନିସ୍ତୁକ ମାଡ଼, ଥାନାରେ ଏତଲା ।
pragyansila bureau | 30 Dec 2025 | 6 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : ମେସିନ ଅପରେଟରଙ୍କ ଉପରେ ମାଲିକ ପୁଅର ଦାଦାଗିରି, ତଳେ ପକାଇ ମାରିଲେ ନିସ୍ତୁକ ମାଡ଼, ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ମାଡ଼ ମାରିବା ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଦେବାକୁ ଦେଲେ ଧମକ l ଏଭଳି ମାଡ଼ ହୋଇଛି ଯେ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ଅପରେଟର ଜଣକ l ଶେଷରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି ଅପରେଟର l ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ପାରାଦ୍ଵୀପ ଆଦର୍ଶ ଥାନା ଅଧୀନ ବନ୍ଦର ର ପାଞ୍ଚ ନମ୍ବର ଗେଟ ନିକଟରେ l ବନ୍ଦରର ପାଞ୍ଚ ନମ୍ବର ଗେଟ ରୁ ପାରାଦ୍ଵୀପ ବନ୍ଦରର କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନକୁ କୁଳମଣି ନାୟକ ନିଜର ମେସିନ ଓ ହାଇୱା ଦ୍ୱାରା ବାଲି ସପ୍ଲାଇ କରିଥାନ୍ତି l ଗତକାଲି ସନ୍ଧ୍ୟା ରେ କୌଣସି କାରଣ କୁ ନେଇ ମୂଳମଣୀ ନାୟକ ଙ୍କ ପୁଅ କୁଲଦୀପ ନାୟକ ଅପରେଟର ଗୋବିନ୍ଦ ଦାସଙ୍କୁ ଡାକିଥିଲେ l ପରସ୍ପର ମଧ୍ୟରେ ଆଲୋଚନା ଚାଲିଥିବା ସମୟରେ ହଠାତ କୁଲଦୀପ ଗୋବିନ୍ଦ ଙ୍କୁ ଗାଳି ଗୁଲଜ ଦେବା ସହିତ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ l ପ୍ରଥମେ ହାତରେ ଓ ପରେ ବାଉଁଶ ରେ ନିର୍ଘାତ ମାଡ଼ ମାରିଥିଲେ l ମାଡ଼ ମାରିବା ସହିତ ଫଟୋ ଉଠାଇ ସୋସିଆଲ ମିଡ଼ିଆ ରେ ଛାଡ଼ିଦେବାକୁ ଧମକ ମଧ୍ୟ ଦେଇଥିଲେ l ଯାହାକୁ ନେଇ ଅପରେଟର ଜଣକ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିବା ସହିତ ନ୍ୟାୟ ଭିକ୍ଷା କରିଥିବା ସେ କହିଛନ୍ତି | ଯଦି ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଡ୍ରାଇଭର ସମୂହ ଆନ୍ଦୋଳନ କୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି l
