Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

କଥା ଦେଇ କଥା ରଖିଲେ ସମ୍ପଦ ।

pragyansila bureau | 29 Dec 2025 | 6 min read | 7 views

ପାରାଦ୍ୱୀପ ( ପି.ଏନ. ଏସ ) : ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ ପାଳନ କରିଛନ୍ତି ଶିଳ୍ପମନ୍ତ୍ରୀ l ଯାହାକୁ ନେଇ ପାରାଦ୍ଵୀପ ପୌରପାଳିକା ଅନ୍ତର୍ଗତ ପାଞ୍ଚନମ୍ବର ୱାର୍ଡ ବାଲିଝରା ଠାରେ ଶିଳ୍ପମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି ବାଲିଝରା ବାସିନ୍ଦା l ବାଲିଝରା-ମହାବୀର କଲୋନୀ ରାସ୍ତା ଏବଂ ବାଲିଝରା ଖେଳପଡ଼ିଆର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବା ସହ ପାରାଦ୍ଵୀପ ଫସଫେଟ୍ ଲିମିଟେଡ୍ ର ସିଏସ୍ଆର୍ ଫଣ୍ଡ୍ ସହାୟତାରେ ବାଲିଝରା ଠାରେ କମ୍ୟୁନିଟି ହଲର ଉଦଘାଟନ ଓ କମ୍ୟୁନିଟି ଆରଓ ପ୍ଲାଣ୍ଟ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଶିଳ୍ପମନ୍ତ୍ରୀ l ଏହି ପ୍ରକଳ୍ପ ଗୁଡିକ ନିର୍ମାଣ ହେଲେ ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ସହିତ ସହରର ବିକାଶ ଦିଗରେ ସହାୟକ ହୋଇପାରିବ l ଯାହା ଶିଳ୍ପମନ୍ତ୍ରୀଙ୍କ ବିକଶିତ ପାରାଦୀପ ଗଠନ ର ନାରା ଆଜି ସଫଳ ସାବ୍ୟସ୍ତ ହେବାକୁ ଯାଉଛି ବୋଲି କହିଛନ୍ତି ବାଲିଝରା ବସ୍ତି ବାସିନ୍ଦା l ଆମ ସରକାର ଲୋକଙ୍କ ସରକାର, ଆମର ପ୍ରଥମ ଲକ୍ଷ ଲୋକଙ୍କ ସମସ୍ୟା ସମାଧାନ କରିବା, ଯାହାକୁ ପ୍ରାଥମିକତା ଦେଇ ନିରନ୍ତର ଭାବରେ କାର୍ଯ୍ୟ କରି ଆସୁଛନ୍ତି ମୋହନ ସରକାର l ପାରାଦୀପ କୁ କିଭଳି ବିକଶିତ ପାରାଦ୍ଵୀପ ଗଠନ କରାଯାଇପାରିବ ଏ ଦିଗରେ ଆମ ସରକାର ସମସ୍ତ ପ୍ରୟାସ ଆରମ୍ଭ କରିଛନ୍ତି, ଆଗାମୀ ଦିନରେ ପାରାଦ୍ଵୀପ ରେ ଅନେକ ବୃହତ ପ୍ରକଳ୍ପ ନିର୍ମାଣ ହେବା ସହିତ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ର ଭରପୁର ସୁଯୋଗ୍ ମିଳିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ l ବାଲିଝରା ବାସିନ୍ଦା ଙ୍କ ସ୍ନେହ ଶ୍ରଦ୍ଧା ଓ ସମ୍ବର୍ଦ୍ଧନା ସବୁଦିନ ପାଇଁ ମୋର ହୃଦୟ ରେ ରହିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l