ଜାତୀୟ ସ୍ତରର ବ୍ଲାଇଣ୍ଡ ପାରାଜୁଡୋ ଚାମ୍ପିୟାନସିପ ରେ ଚମକିଲେ ଓଡ଼ିଆ ଖେଳାଳି l
pragyansila bureau | 29 Dec 2025 | 5 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : ରାଜସ୍ଥାନ ର ଶ୍ରୀଗଙ୍ଗାନଗର ଠାରେ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥିବା ୧୪ ତମ ଜାତୀୟ ପାରାଜୁଡୋ ଚମ୍ପିୟାନସିପ ରେ ପ୍ରଥମ ଥର ପାଇଁ କୋଚ ଲୋପାମୁଦ୍ରା ପତିଙ୍କ ନେତୃତ୍ୱରେ ଓଡିଶା ଦୃଷ୍ଟିହୀନ ପାରାଜୁଡୋ ଟିମ ରନର୍ସଅପ ହେବା ସହିତ ୧୫ ଟି ମେଡାଲ ହାସଲ କରିବା ସହ କନିଷ୍ଠ ବର୍ଗର ମହିଳା ବିଭାଗରେ ଉଲ୍ଲେଖନୀୟ ସଫଳତା ହାସଲ କରି ମେଡାଲ ହାସଲ କରିଛନ୍ତି ଓଡିଶାର ଦୃଷ୍ଟିହୀନ କ୍ରୀଡ଼ାବିତ l ଯାହାକୁ ନେଇ ବିଭିନ୍ନ ମହଲ ରୁ ଓଡିଶା ର ଦୃଷ୍ଟିହୀନ ପାରାଜୁଡୋ ଟିମ କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ମିଳିଛି l ଯାହା କୋଚ ଲୋପାମୁଦ୍ରା ଙ୍କ ସହ ସମସ୍ତ କ୍ରୀଡ଼ାବିତ ମାନଙ୍କ ମନୋବଳ ଦୃଢ଼ କରିବା ସହିତ ଆଗାମୀ ଦିନରେ ଦେଶପାଇଁ ମେଡାଲ ଆଣିବୁ ବୋଲି କହିଛନ୍ତି କୋଚ ଲୋପାମୁଦ୍ରା ଓ ଖେଳାଳି ମାନେ l ଦଳର ଏହି ସଫଳତା କୁ ନେଇ ପାରାଦ୍ଵୀପ ଇଣ୍ଡୋର ଷ୍ଟାଡିୟମ ରେ ଅଭ୍ୟାସରତ ସମସ୍ତ ଖେଳାଳିମାନେ ଦୃଷ୍ଟିହୀନ ପାରାଜୁଡୋ ଟିମ ର ସଫଳତାକୁ ନେଇ ବିଜୟ ଉତ୍ସବ ପାଳନ କରିଛନ୍ତି l ଦଳର ଏହି ସଫଳତା ପଛରେ ପାରାଦ୍ଵୀପ ବନ୍ଦର ଓ ଇଫକୋ ଫର୍ଟିଲାଇଜର ର ସାହାଯ୍ୟ ଓ ସହଯୋଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ଉଭୟ ଖେଳାଳି ଓ କୋଚ l
