Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ଵୀପ ରେ ଅଟଳ ବିହାରୀ ବାଜପାୟୀ ଙ୍କ ୧୦୧ତମ ଜନ୍ମ ଜୟନ୍ତୀ ପାଳିତ ।

Alok Kumar Mohapatra | 27 Dec 2025 | 9 min read | 12 views

ପାରାଦ୍ୱୀପ ( ପି.ଏନ. ଏସ ) : ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ଆନୁକୂଲ୍ୟରେ ଗତ ଡିସେମ୍ବର ୨୫ ତାରିଖ ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ, ମହାନ ରାଷ୍ଟ୍ରନୀତିଜ୍ଞ ଓ ପ୍ରଜ୍ଞାପୁରୁଷ ଅଟଳ ବିହାରୀ ବାଜପେୟୀଜିଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଟ୍ରଷ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ପ୍ରାତଃ ଆଠ ଘଟିକା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ବାଜପାୟୀଙ୍କ ଉଦ୍ଦେଶ୍ୟରେ ସମୂହ ଦୀପ ଦାନ କରାଯାଇ ପାରାଦ୍ୱୀପ ନଗରରେ ଅବସ୍ଥିତ ସମସ୍ତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଉକ୍ତ ଦିନ ଟ୍ରଷ୍ଟର ଯୁଗ୍ମ ସମ୍ପାଦକ ସଂଜୀବ କୁମାର ମିଶ୍ରଙ୍କ ତତ୍ତ୍ୱବଧାନରେ ଅପରାହ୍ନରେ ଅଟଳଜୀଙ୍କ ଉଦ୍ଦେଶ୍ୟରେ ଟ୍ରଷ୍ଟ ପରିସରରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା l ଏଥିରେ ଭାଗ୍ୟଶ୍ରୀ ମନ୍ତ୍ରୀ, ପ୍ରେମଲତା ବାରିକ,ତୁଳସୀ ବରାଳ, ବାବୁରାମ ଚୌଧୁରୀ, ଧ୍ରୁବ ଚରଣ ମହାପାତ୍ରଙ୍କ ସମେତ ବହୁ କବି ଓ କବୟତ୍ରୀ ଯୋଗ ଦେଇ କବିତା ଆବୃତି କରିଥିଲେ l ସନ୍ଧ୍ୟାରେ ଆୟୋଜିତ ଜୟନ୍ତୀ ସମାରୋହ ସଭାରେ ଅତିଥି ଓ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ବାଜପେୟୀଜୀଙ୍କ ଫଟୋ ନିକଟରେ ଦୀପ ପ୍ରଜ୍ବଳନ କରାଯାଇଥିଲା l ଏହାପରେ ଟ୍ରଷ୍ଟର ଯୁଗ୍ମ ସମ୍ପାଦକ ଇଂ. ନାରାୟଣ ବେହେରା ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ଟ୍ରଷ୍ଟର ସମ୍ପାଦକ ଅରୁଣ କୁମାର ସ୍ୱାଇଁ ଜୟନ୍ତୀ ସଭାକୁ ପରିଚାଳନା କରିବା ସହିତ ସମ୍ପାଦକୀୟ ବିବୃତି ପ୍ରଦାନ କରିଥିଲେ l ଏହାପରେ ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ଆଇନୀଜୀବୀ ଗୋରାଚାନ୍ଦ ସିଂ, ସମ୍ମାନିତ ଅତିଥିଭାବେ ବର୍ଷିଆନ ଶ୍ରମିକ ନେତା ଅନନ୍ତ କୁମାର ଦାସ ଯୋଗଦେଇ ତାଙ୍କ ଅଭିଭାଷଣରେ ପାରାଦ୍ଵୀପ ପ୍ରତି ବାଜପାୟୀ ଜିଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ l ଏଥିସହ ଜିରୋ ପଏଣ୍ଟ ଠାରେ ବାଜପାୟୀ ଙ୍କ ଏକ ବ୍ରୋଞ୍ଜ ନିର୍ମିତ ପୂର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ ନିମନ୍ତେ ପ୍ରସ୍ତାବ ଆଗତ କରାଯାଇଥିଲା l ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ରାମ ଚନ୍ଦ୍ର ସ୍ୱାଇଁ ଓ ଶରତ ଚନ୍ଦ୍ର ରାଉତ, ପାରାଦ୍ୱୀପ ପୌର ପରିଷଦର ପାରିଷଦ ଓ ନାରୀନେତ୍ରୀ ଶ୍ରୀମତୀ ବନିତା ରାଉତ ମଧ୍ୟ ଏହି ସଭାରେ ନିଜର ବକ୍ତବ୍ୟ ରଖିଥିଲେ l ସଭା ଶେଷରେ ଟ୍ରଷ୍ଟ ର ସଂଗଠନ ସମ୍ପାଦକ ହଟକିଶୋର ସେଠୀ ଧନ୍ୟବାଦ ଦେବା ସହ ସଂଘର କାର୍ଯ୍ୟକ୍ରମ "ପଞ୍ଚ ପରିବର୍ତ୍ତନ" ଓ "ଗୃହ ସମ୍ପର୍କ ଅଭିଯାନ" ସମ୍ପର୍କରେ ସୂଚନା ଦେଇଥିଲେ l