Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଭିନ୍ନ ଏକ ମାଆ ସ୍ନେହମୟୀ , ବ୍ୟାସ ଫାଉଣ୍ଡେସନ ଦ୍ୱାରା ପାରାଦ୍ଵୀପ ରୁ ଉଦ୍ଧାର ହେଲେ ୮ ଜଣ ମାନସିକ ଭିନ୍ନକ୍ଷମ ଓ ଜଣେ ଅସହାୟ ବ୍ୟକ୍ତି ।

Alok Kumar Mohapatra | 27 Dec 2025 | 9 min read | 9 views

ପାରାଦ୍ୱୀପ ( ପି.ଏନ. ଏସ ) : ଦୀର୍ଘ ସାତ ବର୍ଷ ଧରି ସମାଜ ସେବା କୁ ବ୍ରତ ରୂପେ ଗ୍ରହଣ କରି ଘାତ ପ୍ରତିଘାତ ମଧ୍ୟରେ ଆଗକୁ ଚାଲିଛନ୍ତି ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ। ସରକାରୀ କିମ୍ବା ବେସରକାରୀ ସାହାଯ୍ୟ କୁ ଆଶା ନ ରଖି ନିରବଚ୍ଛିନ୍ନ ଭାବେ ନିଜର ଵିବେକାନୁମୋଦିତ କାର୍ଯ କରି ଜିଲ୍ଲାରେ ନିଜର ନାମକୁ ପରିଚିତି କରାଇ ପାରିଛନ୍ତି । ସାମାଜିକ ସେବାର ବିଭିନ୍ନ ଦିଗ, ବୃକ୍ଷ ରୋପଣ, ଜେଲ ଅନ୍ତେବାସୀଙ୍କୁ ସଚେତନ, ଗୀତା ଭାଗବତ ର ପ୍ରଚାର ପ୍ରସାର, ସହିତ ରାସ୍ତା ପତିତ ମାନସିକ ବ୍ୟକ୍ତି ଙ୍କୁ ଉଦ୍ଧାର କରିବା ସମ୍ଭବତଃ ସ୍ନେହମୟୀ ଙ୍କ ପ୍ରତିଦିନର କାମ। ବନ୍ଦର ନଗରୀ ପାରାଦ୍ଵୀପ ଓ ତତ୍ ସଂଲଗ୍ନ ଅଞ୍ଚଳରୁ ଅଦ୍ୟାବଧି ୫୦୦ ରୁ ଅଧିକ ବ୍ୟକ୍ତି ଙ୍କୁ ଉଦ୍ଧାର କରି ନୀଳାଚଳ ସେବା ପ୍ରତିଷ୍ଠାନ କଣାସ ଠାରେ ରଖିବାରେ ସଫଳ ହୋଇଛନ୍ତି ସ୍ନେହମୟୀ । ଶୀତ,କାକର ,ଖରା ଓ ବର୍ଷାରେ ଅସହ୍ୟ ଜୀବନ ବିତାଉଥିବା ଏହି ବ୍ୟକ୍ତିଙ୍କ ପାଇଁ କାହାର ନଜର ନଥିବା ବେଳେ ଜଣେ ମାଆ ର ହୃଦୟରେ ନିଜର ଦାୟିତ୍ଵ ନେବାରେ ସଫଳ ମହିଳା ଭାବେ ସ୍ନେହମୟୀ ବେଶ୍ ଜଣାଶୁଣା । ଆଜି ଯୁବ ସମାଜସେବୀ ତଥା ବ୍ୟାସ ଫାଉଣ୍ଡେସନ ର ଆଗଧାଡି ର ସଭ୍ୟ ଶିଶିର କୁମାର କର, ପାରାଦ୍ଵୀପ ର ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ, ଗ୍ରୀନ ପାରାଦ୍ଵୀପ ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତା, ପାରାଦ୍ଵୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ, ଆଦର୍ଶ ଥାନା ଅଧିକାରୀ କାବୁଲି ବାରିକ୍, ପାରାଦ୍ଵୀପ ବନ୍ଦର ର ଟ୍ରଷ୍ଟି ଶ୍ରୀକାନ୍ତ ରାୟ, ଶ୍ରମିକ ନେତା ରାକେଶ ପଟ୍ଟନାୟକ, ବ୍ୟାସ ଫାଉଣ୍ଡେସନର ସଭାପତି ପଣ୍ଡିତ ଡ଼ଃ ସିଦ୍ଧେଶ୍ୱର ପଣ୍ଡା, ଯୁବ ସମାଜସେବୀ ବିଶ୍ୱଜିତ୍ କର, ରିଙ୍କୁ ପ୍ରସାଦ ସୁତାର ପ୍ରମୁଖଙ୍କ ଉପସ୍ଥିତିରେ ନେହେରୁ ବଙ୍ଗଳା, ବଡ଼ପଡ଼ିଆ ବସ ଷ୍ଟାଣ୍ଡ ଅଞ୍ଚଳରୁ ଆଠ ଜଣ ମାନସିକ ଭିନ୍ନ କ୍ଷମ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥଇଥାନ କରାଗଲା । ଏହି କ୍ରମରେ ସୂଚନା ଅନୁଯାୟୀ ଜନୈକ କମ୍ପାନୀ ରେ କାମ କରୁଥିବା ଆପାରାଓ ନାମକ ଜଣେ ବ୍ୟକ୍ତି କୌଣସି କାରଣ ରୁ ଆଘାତ ହୋଇ ଚଲା ବୁଲା କରି ନ କରିବାରୁ କମାନୀ ଲୋକ ତାକୁ ଏକ ସପ୍ତାହ ହେବ ବସ ଷ୍ଟାଣ୍ଡ ରେ ଛାଡି ଚାଲି ଯାଇଥିଲେ । ସମାଜସେବୀ ବିଶ୍ୱଜିତ କର ତାଙ୍କୁ ଆଣି ଅଠରବାଙ୍କୀ ମେଡ଼ିକାଲ ରେ ଚିକିତ୍ସା ପାଇଁ ରଖି ଥିଲେ, ସେଠାରେ ତାଙ୍କର ଚିକିତ୍ସା ସମ୍ଭବ ନ ହେବାରୁ ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ ଙ୍କ ତତ୍ୱାବଧାନରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ରୀମତୀ ଆଚାର୍ଯ୍ୟ ଙ୍କ ଏପରି ସେବା କାର୍ଯକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।