Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ଵୀପ ବନ୍ଦରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ, କେଆଇସିଟି ବର୍ଥରେ ଲାଗିଲା ସର୍ବାଧିକ ପାର୍ସଲ ସାଇଜ କୋଇଲା ବୋଝେଇ ଜାହାଜ ।

Alok Kumar Mohapatra | 27 Dec 2025 | 4 min read | 12 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦରର କେଆଇସିଟି ବର୍ଥରେ ଡିସେମ୍ବର ୨୬ ତାରିଖରେ, ଏମଭି କାର୍ଡିନାଲ ଭିକ୍ଟୋରୀ ନାମକ ଏକ ବୃହତ କୋଇଲା ବୋଝେଇ ଜାହାଜ ଲାଗିଛି । କଳିଙ୍ଗ ଇଣ୍ଟରନ୍ୟାସନାଲ କୋଲ୍ ଟର୍ମିନାଲ ପାରାଦୀପ ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (କେଆଇସିଟିପିପିଏଲ) ଦ୍ୱାରା ପରିଚାଳିତ କେଆଇସିଟି ବର୍ଥରେ ଏହି ଜାହାଜ ପ୍ରଥମ ଥର ଲାଗିବା ଦ୍ଵାରା ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି । ଏହି ଜାହାଜରେ ରେକର୍ଡ ସର୍ବାଧିକ ୧,୫୬,୪୦୦ ମେଟ୍ରିକ୍ ଟନ୍ କୋଇଲା ଆମଦାନୀ କରାଯାଇଛି । ଟିଏସଏଲ ଏବଂ ଏନଆଇଏନଏଲ ପାଇଁ ଏହି ଜାହାଜ କୋକିଂ କୋଇଲା ଏବଂ ପିସିଆଇ କୋଇଲା ଆମଦାନୀ ହୋଇଛି । ଏଥିରେ ଟିଏସଏଲ ସଂସ୍ଥାର ୪୬ ହଜାର ମେଟ୍ରିକ ଟନ କୋକିଂ ବା ଜାଳେଣି କୋଇଲା ଏବଂ ୯୦ ହଜାର ୪ ଶହ ମେଟ୍ରିକ ଟନ ପିସିଆଇ କୋଇଲା ରହିଥିବା ବେଳେ ଏନଆଇଏନଏଲ ର ୨୦ ହଜାର ମେଟ୍ରିକ ଟନ ଜାଳେଣି କୋଇଲା ରହିଛି ଶେଷ ଖବର ଯାଏଁ ଏଥିରୁ କୋଇଲା ଖଲାସ ଜାରି ରହିଛି l