ପାରାଦ୍ଵୀପ ଇଫକୋ ଡି.ଏ.ଭି ବିଦ୍ୟାଳୟର ଦୁଇଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ।
Alok Kumar Mohapatra | 27 Dec 2025 | 11 min read | 11 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ଇଫକୋ ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଗତ ଦ୍ବିଦିବସୀୟ ସପ୍ତଦଶତମ କ୍ରୀଡା ପ୍ରତିଯୋଗିତା ଗତ ମଙ୍ଗଳବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ଯକ୍ଷ ସମ୍ବିତ ସୁକୁମାର ଚିନରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଇଫକୋ ପାରାଦ୍ବୀପ ଅନୁଷ୍ଠାନର ମହାପ୍ରବନ୍ଧକ ବିଜୟ କୁମାର ପରିଡା, ସମ୍ମାନନୀୟ ଅତିଥି ଭାବରେ ବରିଷ୍ଠ ସହାୟକ(ପ୍ରଶାସନ) ଜୟନ୍ତ କୁମାର ଜେନା ଓ ପ୍ରବନ୍ଧକ (ମାନବ ସମ୍ବଳ) ମନୋରଞ୍ଜନ ମହାପାତ୍ର ଏବଂ ଡିଏଭି ପିପିଏଲର ଅଧ୍ଯକ୍ଷ ସଞ୍ଜୀବ କୁମାର ସାହୁ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପରିଡା ମଶାଲ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଡି.ଏ.ଭି, ଇଫକୋର ଅଧ୍ଯକ୍ଷ ଶ୍ରୀ ଚିନରା ସ୍ବାଗତ ସମ୍ଭାଷଣ ପୂର୍ବକ ସମସ୍ତ ମାନ୍ୟଗଣ୍ୟ ଅତିମାନଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଦନ ଅନୁଯାୟୀ ସାମୂହିକ ପରେଡ ଓ ଆକର୍ଷଣୀୟ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ I ଛାତ୍ରଛାତ୍ରୀମାନେ ନିଜର ଖେଳ ପ୍ରତିଭାର ଉତ୍କର୍ଷତା ତଥା ନିଜର ସହଯୋଗୀ ମନୋଭାବ ପ୍ରଦର୍ଶନ କରିଥିଲେ l ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ତାଙ୍କର ବହୁମୂଲ୍ୟ ଆଶୀର୍ବଚନ ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ପ୍ରତିଭାର ଅନେକ ପ୍ରଶଂସା କରିଥିଲେ ଏବଂ ବିଦ୍ୟାଳୟରେ ଏହିପରି ଖେଳ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କୁ ଶାରୀରିକ ସ୍ତରରେ ସୁସ୍ଥ ରଖିବା ସହିତ ମାନସିକ ବିକାଶରେ ସହାୟକ ହେବା ସହ ତାଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଏହା ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି କହିଥିଲେ । ଦ୍ଵିତୀୟ ଦିନ ଉଦଯାପନୀ ଦିବସରେ ଇଫକୋ ପାରାଦ୍ବୀପ ୟୁନିଟର ମୁଖ୍ୟ ପି.କେ.ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରାଦ୍ଵୀପ ପୋର୍ଟ ଡିଏଭି ସ୍କୁଲର ଅଧ୍ୟକ୍ଷା ବିନ୍ଦୁଶ୍ରୀ ମହାନ୍ତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ କ୍ରୀଡା ପ୍ରତିଯୋଗିତା ଶାରୀରିକ ବିକାଶ, ମାନସିକ ସୁସ୍ଥତା, ସହଯୋଗ ମନୋଭାବ, ନେତୃତ୍ୱ ନେବାର ଗୁଣ, ପ୍ରତିଭା ଉନ୍ମୋଚନ, ଭାତୃଭାବ ସମ୍ପର୍କ ବୃଦ୍ଧି କରିଥାଏ l ଏହି କ୍ରୀଡା ପ୍ରତିଯୋଗିତାରେ ଦୟାନନ୍ଦ ସଦନ ଚମ୍ପିୟନ ହୋଇଥିବା ବେଳେ ଅରବିନ୍ଦ ସଦନ ଦଳ ରନର୍ସପ ହୋଇଥିଲେ l ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ଡିଏଭି ଇଫକୋର କ୍ରୀଡା ଶିକ୍ଷକ ସୌରମୋହନ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଚାରୁରୂପେ ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ସକ୍ରିୟ ଭାବେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଏହି ସଫଳତା ପାଇଁ ଇଫକୋ ମୁଖ୍ୟ ପି.କେ.ମହାପାତ୍ର ଡି.ଏ.ଭି ଇଫକୋ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ l
