Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ଵୀପ ରେ ବିଜେଡି ଦଳର ୨୯ତମ ପ୍ରତିଷ୍ଠା ଦିବସ , ବିଜେପି ସରକାର ଉପରେ ବର୍ଷିଲେ ଯୁବ ବିଜେଡି ସଭାପତି ଆଲୋକ ମହାପାତ୍ର ।

Alok Kumar Mohapatra | 27 Dec 2025 | 15 min read | 9 views

ପାରାଦ୍ୱୀପ ( ପି.ଏନ. ଏସ ) : ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନିବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଦଳର ୨୯ତମ ପ୍ରତିଷ୍ଠା ଦିବସ ପାରାଦ୍ଵୀପରେ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ପାଳିତ ହୋଇଯାଇଛି l ଏହି ଅବସରରେ ସକାଳ ୮ ଟା ସମୟରେ ଅଠରବାଙ୍କି ସ୍ଥିତ ବିଜୁ ପାର୍କ ଠାରେ ଓଡ଼ିଶାର ବରପୁତ୍ର ଓ ପାରାଦ୍ଵୀପ ବନ୍ଦରର ସ୍ରଷ୍ଟା ବିଜୁ ପଟନାୟକଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଶୁମନ ଅର୍ପଣ କରାଯାଇ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲା l ସନ୍ଧ୍ୟାରେ ମଧୁବନ ସ୍ଥିତ ଶ୍ରମିକ ଭବନ ପରିସରରେ ପାରାଦ୍ଵୀପ ବିଜୁ ଜନତା ଦଳ ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ନବୀନ ପଟନାୟକ ଙ୍କ ୨୪ ବର୍ଷ ସୁଶାସନ କାଳରେ ସେବା ଓ ସମର୍ପଣ ସହିତ ଓଡ଼ିଶାର ବିକାଶମୂଳକ କାର୍ଯ୍ୟ, ମହିଳା ସଶକ୍ତିକରଣ, କୃଷି ଓ କୃଷକର ବିକାଶ, ଯୁବକ ମାନଙ୍କର ଦକ୍ଷତା ବିକାଶ ଓ ନିଯୁକ୍ତି, ଗ୍ରାମ୍ୟ ବିକାଶ, ଦ୍ରୁତ ଶିଳ୍ପାୟନ, ଓଡ଼ିଶାର ଦ୍ରୁତ ଅର୍ଥନୀତି ବିକାଶର ଗାଥା ଉପରେ ବକ୍ତାମାନେ ସେମାନଙ୍କର ବକ୍ତବ୍ୟ ରଖି ନବୀନ ପଟନାୟକ ଙ୍କୁ ନୂତନ ଓଡ଼ିଶା ଗଠନର ବିକାଶ ପୁରୁଷ ଭାବେ ବର୍ଣ୍ଣନା କରିଥିଲେ l ନବୀନ ପଟନାୟକ ଙ୍କର ଶାସନ କାଳ ଓଡ଼ିଶାର ସୁବର୍ଣ୍ଣ ଯୁଗ ଥିଲା ବୋଲି ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସାଂସଦ ଡା. କୁଳମଣି ସାମଲ ଯୋଗଦେଇ ନବୀନ ପଟନାୟକ ଙ୍କର ଜନହିତକର କାର୍ଯ୍ୟର ପ୍ରଶଂସା କରିଥିଲେ l ଯୁବ ସଭାପତି ଆଲୋକ ମହାପାତ୍ର ପୂର୍ବ ନବୀନ ସରକାର ର ସଫଳତା ବର୍ଣନା କରିବା ଯାହା ବିଜେପି ସରକାର ଉପରେ ବର୍ଷୀଥିଲେ କହିଥିଲେ ଏ ସରକାର ଏକ ଫେଲ ସରକାର ଲୁଟେରା ସରକାର ଏ ସରକାର ମିଛ କହି ଶାସନ କୁ ଆସିଛି ନିର୍ବାଚନ ରେ ଦେଇଥିବା ପ୍ରତିଶୃତି ଭୁଲି ରାଜ୍ୟ ବାସୀଙ୍କ ସହ ବେଈମାନ କରିଛି ଏଥି ସହ ଜନ ସାଧାରଣ ଙ୍କୁ ଲୁଟି ଚାଲିଛି ଏବେ ସମୟ ଆସିଛି ଆମେ ମାନେ ଏକ ଜୁଟ ହୋଇ ଏ ସରକାର କୁ ବଙ୍ଗୋପ ସାଗର ରେ ଫୋପାଡ଼ି ଦେବା ସହ ଆଜି ଶପଥ ନେବା ଆଗିମୀ ନିର୍ବାଚନ ରେ ପୁଣିଥରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଗlଦିରେ ବସାଇବାକୁ ନିବେଦନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୌର ପାରିଷଦ ଅଜିତ ଷଢଙ୍ଗୀ, କେ.ଜଗନ୍ନାଥ ରାଓ, ନବ କୁମାର ବେହେରା, ସୁଶାନ୍ତ ଦାସ, ସରୋଜିନୀ ସାହୁ, ସ୍ୱପ୍ନାରାଣୀ ଜେନା, କବିତା ସାହୁ, ସୌଦାମିନୀ ସାହୁ, ରୁନି ପରିଡା, ବିଜେଡି ବରିଷ୍ଠ ନେତା ଭାସ୍କର ସାହୁ, ବିଜେଡି ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ରାଉତ, ନଗେନ ରାଉତ, ଅଜୟ ନାୟକ,ଗୋଲେଖ ସାହୁ, ଶ୍ରମିକ ନେତା ବିଭୁତି ମହାରଣା ମହିଳା ନେତ୍ରୀ ଚପଳା ସ୍ୱାଇଁ, ନଳିନୀ ପ୍ରଭା ସାହୁ,ଭାରତୀ ସାମନ୍ତରାୟ, ରେଖା ପରିଜା,ଶ୍ରୀ ମାୟା ରାୟ, ପ୍ରଭାସିନୀ ବେଉରା,ତପନ ନାୟକ, ଅଟଳ ପରିଡା, କମଳ ଦାସ,ଦିବ୍ୟଜୋତି, ଲେଙ୍କା, ମୀଲନ ରାଉତରାୟ, ବାଦଲ ମହାନ୍ତି, ସରୋଜ ପରିଡା, ବିଶ୍ବଜିତ ରାଉତ, ନିରଞ୍ଜନ ବଳ, ସୁଶାନ୍ତ ସାହୁ, ବିକାଶ ପାଲ, ସାରଦା ସ୍ୱାଇଁ, ମନୋଜ ମଣ୍ଡଳ, ସୁବ୍ରତ ବଳ, ବାବୁ ଜେନା, ବାବୁ ମଲିକ, ପ୍ରଭାତ ଚଣ୍ଡ, ବିଶ୍ଵରଞ୍ଜନ ଆଚାର୍ଯ୍ୟ,ତପନ ମଣ୍ଡଳ, ଜଗନ୍ନାଥ ହାଲଦାର, ରାକେଶ ସାହୁ, ବିଦୁର ମଲିକ ସମେତ ଦଳର ମହିଳା ଓ ଯୁବ ଛାତ୍ର ଶାଖାର କର୍ମୀ ମାନେ ଶହ ଶହ ସଂଖ୍ୟାରେ ଯୋଗଦେଇ ଦଳୀୟ କାର୍ଯ୍ୟକ୍ରମ କୁ ପ୍ରୋତ୍ସାହିତ କରିଥିଲେ l ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ପ୍ରତିଷ୍ଠା ଦିବସ ପାଳନ ଅବସରରେ କହିଥିଲେ ଯେ ବିଜୁ ବାବୁଙ୍କ ନୀତି ଆଦର୍ଶରେ ନବୀନ ପଟନାୟକଙ୍କ ସେବା ଓ ସୁଶାସନ ଓଡିଶାବାସୀ ଙ୍କୁ ଅଵିଭୂତ କରିଛି l ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ବିଜୁ ବାବୁ ଓ ନବୀନ ବାବୁ ରହିଛନ୍ତି l ଏଣୁ ବିଜେଡି ପାରାଦ୍ଵୀପ ମଧ୍ୟ ସେବା ଓ ସମର୍ପଣ ଭାବ ନେଇ ନବୀନ ବାବୁଙ୍କ ନୀତି ଆଦର୍ଶରେ ପାରାଦୀପର ବିକାଶ ଧାରାକୁ ଆଗକୁ ନେବା ପାଇଁ ବଦ୍ଧ ପରୀକର ଓ ସଂକଳ୍ପବଦ୍ଧ ବୋଲି ଶ୍ରୀ ବିଶ୍ଵାଳ କହିଥିଲେ l ତେବେ ବିଜେଡି ସଭାପତି ବସନ୍ତ ବିଶ୍ଵାଳ ଙ୍କ ଲୋକପ୍ରିୟତା ଓ ନେତୃତ୍ୱ ପ୍ରତି ଉପସ୍ଥିତ ନେତୃତ୍ୱ ଓ ଶହ ଶହ ମହିଳା ଓ କର୍ମୀ ସାମୁହିକ ଭାବେ ଦୃଢ଼ ସମର୍ଥନ କରିଥିବାର ଦେଖିବାକୁ ମିଳିଥିଲା l