Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଜାତୀୟ ଉପଭୋକ୍ତା ଦିବସ ପାଳିତ ।

pragyansila bureau | 25 Dec 2025 | 9 min read | 10 views

ଜଗତସିଂହପୁର ( ପି.ଏନ. ଏସ ) : ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ, ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡିଶା ଓ ସ୍ବାମୀ ବିବେକାନନ୍ଦ ସ୍ମାରକି ସ୍ବୟଂ ଶାସିତ ମହାବିଦ୍ୟାଳୟର ମିଳିତ ସ‌ହ‌ଯୋଗରେ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଅଭିଯାନର ସମ୍ପାଦକ ଗୋବିନ୍ଦ ଓଝା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ରାୟ କହିଥିଲେ କି ବୈଦ୍ୟୁତିକ ମାଧ୍ୟମରେ ପ୍ରଭାବଶାଳୀ ତ୍ବରିତ ନ୍ୟାୟ କିପରି ଉପଭୋକ୍ତାମାନେ ପାଇପାରିବେ ସେ ସମ୍ପର୍କରେ ଉଦାହରଣ ଦେଇ ବୁଝାଇଥିଲେ । ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ପାଢୀ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ତ‌ଥା ଖାଉଟିମାନେ ଠକେଇରେ ପଡିଲେ କିଭଳି ଇ-ଫାଇଲିଂ କରି ତ୍ବରିତ ନ୍ୟାୟ ପାଇ ପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧୁକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଖାଉଟି ସଚେତନ ହେଲେ ସୁରକ୍ଷିତ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧକ୍ଷା ଡଃ ସୁଜାତା ଓତା ଖାଉଟି କିପରି ରାଜା ତାହା ପ୍ରାଞ୍ଜଳ ଭାବେ ଉଦାହରଣ ଦେଇ ଥିବାବେଳେ ଜିଲ୍ଲା ଉପଭୋକ୍ତା ସୁରକ୍ଷା ପରିଷଦର ସଦସ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ର ଖାଉଟିମାନେ ବିଭ୍ରାନ୍ତିକର ବିଜ୍ଞାପନର ଭ୍ରମରେ ନ ପଡି ସଠିକତା ବାଛିବାର ଆବଶ୍ୟକ‌ତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଜିଲ୍ଲା ବୈଧମାପ ବିଜ୍ଞାନ ଅଧିକାରୀ (ଯୁଗ୍ମ ନିୟନ୍ତ୍ରକ) ଶ୍ରୀଯୁକ୍ତ ଗୌରାଙ୍ଗ ଚନ୍ଦ୍ର ଜେନା ଓଜନରେ ଠକେଇ ଓ ପ୍ୟାକେଟରେ ଥିବା ସୂଚାଙ୍କକୁ ସ୍ବତନ୍ତ୍ର ଭାବେ କାର୍ଯ୍ୟରେ ଦେଖାଇଥିଲେ । ପ୍ରାରମ୍ଭରେ ସବୌଦୟ ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ରବି ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଦିବସର ଲକ୍ଷ୍ୟ ଉଦ୍ଦେଶ୍ୟ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ଏବଂ ବୈଧମାପ ବିଜ୍ଞାନ ନିରିକ୍ଷକ ବିବେକାନନ୍ଦ ରାଉତ, ନୟନ କୁମାର ଦାସ, ତୁଷାରକାନ୍ତ ମହାନ୍ତି, ସୁଧର ଦାସ ଓ ସହକର୍ମୀ ମାନେ ସ‌ହଯୋଗ କରିଥିବାବେଳେ ଶତାଧ‌ିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ଅଭିଭାବକ ମହାସଂଘର ଉପ-ସଭାପତି ପୂର୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।