Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଉପଲକ୍ଷେ ଜାନୁୟାରୀ ୩ ରେ ମାରାଥନ ଦୌଡ଼ ପ୍ରତିଯୋଗିତା

Alok Kumar Mohapatra | 24 Dec 2025 | 12 min read | 13 views

ପାରାଦ୍ୱୀପ ( ପି.ଏନ. ଏସ ) : ପ୍ରତିବର୍ଷ ପରି ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ମାରାଥନ୍ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ଜାନୁୟାରୀ ୩ ତାରିଖ ସକାଳ ଘ.୭.୩୦ ମି. ସମୟରେ ପାରାଦୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ପି.ଏଲ୍.ହରନାଦ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମାରାଥନ ଦୌଡର ଶୁଭାରମ୍ଭ କରିବେ । ଏହି ଦୌଡ ୫ ନମ୍ବର ଗେଟ୍ ପାଖ ହନୁମାନ ମନ୍ଦିର ଠାରୁ ଆରମ୍ଭ ହୋଇ ଗୋପବନ୍ଧୁ ଷ୍ଟାଡିୟମ୍‌ ଠାରେ ଶେଷ ହେବ । ଏଥିରେ ଆନ୍ତର୍ଜାତୀୟ କ୍ରୀଡ଼ାବିତ ପ୍ରତୀକ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ମାରାଥନର ଦୂରତା ୧୪ କି.ମି. ରହିବ । ଏହି ମାରାଥନରେ ଭାଗ ନେବାକୁ ହେଲେ ବୟସ ସୀମା ତା୩୧.୧୨.୨୦୨୫ରିଖ ସୁଦ୍ଧା ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସରକାରୀ ଚିକିତ୍ସାଳୟରୁ ସାସ୍ଥ୍ୟ ପରୀକ୍ଷା ସାର୍ଟିଫିକେଟ୍ ଆଣିବା ଅନିର୍ବାଜ୍ୟ। ପ୍ରବେଶ ଶୁକ୍ଳ ବାବଦକୁ ପୁରୁଷ ମାରାଥନ ପ୍ରତିଯୋଗୀଙ୍କ ପାଇଁ ୫୦ ଟଙ୍କା ଓ ମହିଳା ପ୍ରତିଯୋଗୀଙ୍କ ପାଇଁ ୩୦ ଟଙ୍କା ଧାର୍ଯ୍ୟ କରାଯାଇଅଛି ଏବଂ ସମସ୍ତ ପ୍ରତିଯୋଗୀ ମାନଙ୍କ ପାଇଁ ଗଞ୍ଜି, ପ୍ୟାଣ୍ଟ ଓ ଚେଷ୍ଟ ନମ୍ବର ମାଗଣାରେ ଦିଆଯିବ। ବାହାର ପ୍ରତିଯୋଗୀଙ୍କ ପାଇଁ ତା୦୨.୦୧.୨୦୨୬ରିଖ ଦିନ ରାତ୍ରି ଖାଇବା ଓ ରହିବାର ବ୍ୟବସ୍ଥା କରାଯାଇଛି। ଜାନୁଆରୀ ୩ ତାରିଖ ସକାଳେ ଗୋପବନ୍ଧୁ ଷ୍ଟାଡିୟମ୍‌ ଠାରେ ସମସ୍ତ ପ୍ରତିଯୋଗୀ ମାନଙ୍କ ପାଇଁ ଜଳଖୁଆ ବ୍ୟବସ୍ଥା ଅଛି। ତା ୧.୦୨.୨୦୨୬ ରିଖ ଓ ତା ୨.୦୧.୨୦୨୬ରିଖ ଦିନ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ପଞ୍ଜିକରଣ ସମୟରେ ସାସ୍ଥ୍ୟ ପରୀକ୍ଷା ସାର୍ଟିଫିକେଟ୍, ଭୋଟର ପରଚୟ ପତ୍ର, ଆଧାର ପରିଚୟ ପତ୍ର ଓ ବୟସ ପ୍ରମାଣପତ୍ର ଜେରକ୍ସ କପି ପଇଠ କରିବେ ଏବଂ ଓରିଜିନାଲ ସାର୍ଟିଫିକେଟ୍ ଦେଖାଇବେ।
ସ୍ଥାନୀୟ ପ୍ରତିଯୋଗୀ ଙ୍କ ପାଇଁ ଜାନୁଆରୀ ୧ ତାରିଖ ଦିନ ପାରାଦୀପ ମୁନିସିପାଲିଟିରେ ୧୦ ଘଟିକା ଠାରୁ ୪ ଘଟିକା ପର୍ଯ୍ୟନ୍ତ ପଞ୍ଜିକରଣ ବ୍ୟବସ୍ଥା କରାଯାଇଥିବା ବେଳେ, ବାହାର ପ୍ରତିଯୋଗୀଙ୍କ ପାଇଁ ଜାନୁଆରୀ ୧ ଓ ୨ ତାରିଖ ଦିନ ୧୦ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ କିମ୍ବା ୬୦୦ ଜଣ ପୁରୁଷ ଓ ୧୦୦ ଜଣ ମହିଳା ହେବା ପର୍ଯ୍ୟନ୍ତ ପଞ୍ଜିକରଣ କରାଯିବ।
ତା୦୩.୦୧.୨୦୨୬ରିଖ ଦିନ ଘ.୬.୩୦ ମି. ରୁ ଘ.୭.୩୦ ମି. ମଧ୍ଯରେ ହନୁମାନ ମନ୍ଦିର ଠାରେ ମାରାଥନ ପ୍ରତିଯୋଗୀଙ୍କ ଉପସ୍ଥାନ ନିଆଯିବ।
ସେହିପରି ଏହି ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କ୍ରୀଡ଼ାବିତ ଙ୍କୁ ୨୧,୦୦୦/-,ଦ୍ବିତୀୟ ସ୍ଥାନ ୧୫,୦୦୦/-,ତୃତୀୟ ସ୍ଥାନ ୧୦,୦୦୦/-,ଚତୁର୍ଥ ସ୍ଥାନ (୩ଟି) ୫,୦୦୦/-,ପଞ୍ଚମ ସ୍ଥାନ (୬ଟି) ୩,୦୦୦/-,ଷଷ୍ଠ ସ୍ଥାନ (୯ଟି) ୨,୦୦୦/- ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ l
ପ୍ରଥମେ ଆସି ଶେଷ କରୁଥିବା ୧୫୦ ଜଣ ପୁରୁଷ ଓ ୫୦ ଜଣ ମହିଳା ପ୍ରତିଯୋଗୀଙ୍କୁ ମେଡାଲ ସହ ସାର୍ଟିଫିକେଟ୍ ପ୍ରଦାନ କରାଯିବ ଓ ଦୁଇ ଘଣ୍ଟା ମଧ୍ୟରେ ଶେଷ କରୁଥିବା ପ୍ରତିଯୋଗୀଙ୍କୁ କେବଳ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ସମସ୍ତ ଜିଲ୍ଲା ଓ ପଞ୍ଜିକରଣ କ୍ଲବ୍‌ର ଆଥ୍‌ଲେଟ୍‌ସ୍ ମାନଙ୍କୁ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଅନୁରୋଧ କରାଯାଇଛି l
ତେବେ ଏହି ମେଗା ମାରାଥନ ପ୍ରତିଯୋଗିତା ରେ ଅଂଶଗ୍ରହଣ ଓ ସବିଶେଷ ବିବରଣୀ ପାଇଁ ପାରାଦୀପ ପୋର୍ଟ ସ୍ପୋର୍ଟସ୍ କାଉସିଲର ଫୋନ ନମ୍ବର ୦୬୭୨୨-୨୨୨୦୭୬ ଟେଲିଫୋନରେ ସକାଳ ୧୦ ଘଟିକା ଠାରୁ ସନ୍ଧ୍ୟା ୭ ଘଟିକା ମଧ୍ୟରେ ଯୋଗାଯୋଗ କରିବା ପାଇଁ ସୂଚନା ପ୍ରଦାନ କରାଯାଇଛି l