ବନ୍ଦର ନିଷିଦ୍ଧାଞ୍ଚଳ ଜେଟ୍ଟୀ ପାଣିରେ ପଂହଁରୁଛି ହରିଣ ।
pragyansila bureau | 23 Dec 2025 | 5 min read | 12 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳ ଜେଟ୍ଟି ପାଣିରେ ପହଁରୁଛି ହରିଣ। ଦିର୍ଘ ସମୟ ଚେଷ୍ଟା ପରେ ହରିଣ କୁ ଉଦ୍ଧାର କଲେ ସିଆଇଏସଏଫ ଯବାନ l ବନ୍ଦର ର ୱେଟ ବେସିନ ନିକଟରେ ଏକ ହରିଣ ପାଣିରେ ପହଁରୁଥିବା ଦେଖିବାକୁ ପାଇଥିଲେ କାର୍ଯ୍ୟରତ ଶ୍ରମିକ l ସଙ୍ଗେ ସଙ୍ଗେ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ କୁ ଶ୍ରମିକ ମାନେ ଖବର ଦେବାପରେ ବନ୍ଦର ମେରାଇନ ବିଭାଗ କର୍ମଚାରୀ ଙ୍କ ସହାୟତାରେ ବନ୍ଦର ଜେଟ୍ଟି ମଧ୍ୟରେ ଭୟଭୀତ ଅବସ୍ଥାରେ ପହଁରୁଥିବା ହରିଣଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ସିଆଇଏସଏଫ କର୍ମଚାରୀ l ଉକ୍ତ ହରିଣ ଟିକୁ ଉଦ୍ଧାର କରାଯିବା ପରେ କୁଜଙ୍ଗ ବନଖଣ୍ଡ ଅଧିକାରୀ ଙ୍କୁ ସିଆଇଏସଏଫ ତରଫରୁ ଯୋଗାଯୋଗ କରାଯିବା ସହିତ ହରିଣଟିକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି l ପୂର୍ବରୁ ମଧ୍ୟ ଅନେକ ସମୟରେ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟକୁ ହରିଣ ପଶିଆସି ପାଣିରେ ମୃତ୍ୟୁ ମୁଖରେ ପଡୁଥିବା ନଜିର ରହିଛି । ତେବେ ଏହି ହରିଣ ମାନେ ବନ୍ଦର ନିଷିଦ୍ଧାଞ୍ଚଳ ରେ ରହୁଛନ୍ତି ନା ଜଙ୍ଗଲ କ୍ଷୟ ହେଉଥିବା କାରଣରୁ ବନ୍ଦର ମଧ୍ୟକୁ ପଶି ଆସିବା ଫଳରେ ପାଣିରେ ପଡିଯାଉଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବନବିଭାଗ ତରଫରୁ ଏହି ହରିଣ ମାନଙ୍କ ସୁରକ୍ଷା କୁ ନେଇ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି ।
