Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ଓଲଚିକି ଭାଷାର ବିଜୟ ଦିବସ ପାଳିତ ।

Alok Kumar Mohapatra | 23 Dec 2025 | 15 min read | 10 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରମ୍ପରିକ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ଓଲଚିକି ଭାଷାକୁ ସମ୍ବିଧାନରେ ସ୍ୱୀକୃତି ମିଳିବାର ବାଇଶ ବର୍ଷ ପୂରିଯାଇଛି l ଯାହାକୁ ନେଇ ସାନ୍ତାଳୀ ସମ୍ପ୍ରଦାୟ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ପାରାଦୀପ ସହରରେ l ସମୟ ବଦଳିବା ସହିତ ବଦଳିଛି ଆଦିବାସୀ ସମ୍ପ୍ରଦାୟର ଚାଲିଚଳଣି l ଭାରତବର୍ଷ ର ମହାମହିମ ରାଷ୍ଟ୍ରପତି ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ସାନ୍ତାଳୀ ସମ୍ପ୍ରଦାୟରୁ ଆସିଥିବା ବେଳେ ଆଜି ଦେଶର ବିଭିନ୍ନ ବିଭାଗର ପଦପଦବୀରେ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ର ଯୁବକ ଯୁବତୀ ମାନେ କାର୍ଯ୍ୟ କରୁଛନ୍ତି l ଯାହା ଫଳରେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ମାନଙ୍କ ମଧ୍ୟରେ ମଧ୍ୟ ଆସିଛି ପରିବର୍ତ୍ତନ l ସାଧାରଣତ ସାନ୍ତାଳୀ ସମ୍ପ୍ରଦାୟ ଓଲଚିକି ଭାଷା କହି ପାରୁଥିବା ବେଳେ ଏହାକୁ ଲେଖିବା, ପଢିବା ରେ ବିଫଳ ହେଉଛନ୍ତି l ଯାହାକୁ ନେଇ ଆଦିବାସୀ ଚାଲିଚଳଣି ସହିତ ପାରମ୍ପରିକ ନୃତ୍ୟଗୀତ ହେଉ କିମ୍ବା ଭାଷା ସାହିତ୍ୟକୁ ସମୃଦ୍ଧି କରିବା ଏବଂ ଏହାକୁ ପରିବ୍ୟାପ୍ତ କରିବା ପାଇଁ କାର୍ଯ୍ୟ କରୁଛି ସାନ୍ତାଳୀ ୟୁଥ ଫେଡେରେସନ l ପାରାଦୀପ ରେ ରହିଥିବା ଆଦିବାସୀ ସମ୍ପ୍ରଦାୟ ର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିରନ୍ତର ଭାବରେ ସାନ୍ତାଳୀ ଓଲଚିକି ଭାଷା ଲେଖିବା ଓ ପଢିବା ପାଇଁ ଶିକ୍ଷକ ନିଯୁକ୍ତି କରି ଭାଷା ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ବେଳେ ସମ୍ବିଧାନରେ ଓଲଚିକି ଭାଷା ସ୍ୱୀକୃତି ପାଇବାର ବାଇଶିବର୍ଷ ପୂର୍ତ୍ତି ଅବସରରେ ମଧୁବନ ଠାରେ ରହିଥିବା ସାନ୍ତାଳୀ ୟୁଥ ଫେଡେରେସନ କାର୍ଯ୍ୟାଳୟରେ ମଙ୍ଗଳବାର ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପାରାଦୀପ ର ବିଭିନ୍ନ ଶିଳ୍ପସଂସ୍ଥା ସହିତ ପାରାଦୀପ ବନ୍ଦରର ବିଭିନ୍ନ ବିଭାଗର କାର୍ଯ୍ୟ କରୁଥିବା ସାନ୍ତାଳୀ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗଦେଇ ସାନ୍ତାଳୀ ୟୁଥ ଫେଡେରେସନ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହି ସଦସ୍ୟ ମାନଙ୍କ ହାତରେ ହାତ ମିଶାଇ ନିଜ ଭାଷା ସାହିତ୍ୟ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ l

Hide quoted text


ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ଓଲଚିକି ଭାଷାର ବିଜୟ ଦିବସ ପାଳିତ
========================

ପାରାଦୀପ - ପାରମ୍ପରିକ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ଓଲଚିକି ଭାଷାକୁ ସମ୍ବିଧାନରେ ସ୍ୱୀକୃତି ମିଳିବାର ବାଇଶ ବର୍ଷ ପୂରିଯାଇଛି l ଯାହାକୁ ନେଇ ସାନ୍ତାଳୀ ସମ୍ପ୍ରଦାୟ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ପାରାଦୀପ ସହରରେ l ସମୟ ବଦଳିବା ସହିତ ବଦଳିଛି ଆଦିବାସୀ ସମ୍ପ୍ରଦାୟର ଚାଲିଚଳଣି l ଭାରତବର୍ଷ ର ମହାମହିମ ରାଷ୍ଟ୍ରପତି ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ସାନ୍ତାଳୀ ସମ୍ପ୍ରଦାୟରୁ ଆସିଥିବା ବେଳେ ଆଜି ଦେଶର ବିଭିନ୍ନ ବିଭାଗର ପଦପଦବୀରେ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ର ଯୁବକ ଯୁବତୀ ମାନେ କାର୍ଯ୍ୟ କରୁଛନ୍ତି l ଯାହା ଫଳରେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ମାନଙ୍କ ମଧ୍ୟରେ ମଧ୍ୟ ଆସିଛି ପରିବର୍ତ୍ତନ l ସାଧାରଣତ ସାନ୍ତାଳୀ ସମ୍ପ୍ରଦାୟ ଓଲଚିକି ଭାଷା କହି ପାରୁଥିବା ବେଳେ ଏହାକୁ ଲେଖିବା, ପଢିବା ରେ ବିଫଳ ହେଉଛନ୍ତି l ଯାହାକୁ ନେଇ ଆଦିବାସୀ ଚାଲିଚଳଣି ସହିତ ପାରମ୍ପରିକ ନୃତ୍ୟଗୀତ ହେଉ କିମ୍ବା ଭାଷା ସାହିତ୍ୟକୁ ସମୃଦ୍ଧି କରିବା ଏବଂ ଏହାକୁ ପରିବ୍ୟାପ୍ତ କରିବା ପାଇଁ କାର୍ଯ୍ୟ କରୁଛି ସାନ୍ତାଳୀ ୟୁଥ ଫେଡେରେସନ l ପାରାଦୀପ ରେ ରହିଥିବା ଆଦିବାସୀ ସମ୍ପ୍ରଦାୟ ର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିରନ୍ତର ଭାବରେ ସାନ୍ତାଳୀ ଓଲଚିକି ଭାଷା ଲେଖିବା ଓ ପଢିବା ପାଇଁ ଶିକ୍ଷକ ନିଯୁକ୍ତି କରି ଭାଷା ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ବେଳେ ସମ୍ବିଧାନରେ ଓଲଚିକି ଭାଷା ସ୍ୱୀକୃତି ପାଇବାର ବାଇଶିବର୍ଷ ପୂର୍ତ୍ତି ଅବସରରେ ମଧୁବନ ଠାରେ ରହିଥିବା ସାନ୍ତାଳୀ ୟୁଥ ଫେଡେରେସନ କାର୍ଯ୍ୟାଳୟରେ ମଙ୍ଗଳବାର ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପାରାଦୀପ ର ବିଭିନ୍ନ ଶିଳ୍ପସଂସ୍ଥା ସହିତ ପାରାଦୀପ ବନ୍ଦରର ବିଭିନ୍ନ ବିଭାଗର କାର୍ଯ୍ୟ କରୁଥିବା ସାନ୍ତାଳୀ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗଦେଇ ସାନ୍ତାଳୀ ୟୁଥ ଫେଡେରେସନ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହି ସଦସ୍ୟ ମାନଙ୍କ ହାତରେ ହାତ ମିଶାଇ ନିଜ ଭାଷା ସାହିତ୍ୟ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ l