ପାରାଦୀପ ସତ୍ୟସାଇ ସେବା ସମିତି ପକ୍ଷରୁ ଦିବ୍ୟାଙ୍ଗଙ୍କୁ ହ୍ଵିଲ୍ ଚେୟାର ପ୍ରଦାନ
Alok Kumar Mohapatra | 22 Dec 2025 | 4 min read | 11 views
ପାରାଦ୍ୱୀପ ( ପି.ଏନ. ଏସ ) : ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପ୍ରଦର୍ଶିତ ମାର୍ଗ "ମାନବ ସେବା ହିଁ ମାଧବ ସେବା" ମାର୍ଗ ଦର୍ଶନକୁ ଅନୁସରଣ କରି ବିଗତ ବର୍ଷ ମାନଙ୍କରେ ପାରାଦୀପ ତଥା ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ସେବା କାର୍ଯ୍ୟ ଯଥା ବସ୍ ଷ୍ଟାଣ୍ଡ, ଚିକିତ୍ସାଳୟ, ହାଟ ବଜାର ଆଦିରେ ସଫେଇ କାର୍ଯ୍ୟ, ସତ୍ୟସାଇ ନିର୍ମଳଝର କାର୍ଯ୍ୟକ୍ରମରେ ଗ୍ରାମମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ମାଗଣା ଚିକିତ୍ସା ଶିବିର, ରକ୍ତ ଦାନ ଶିବିର ଆଦି କାର୍ଯ୍ୟକ୍ରମ କରି ଆସୁଅଛି । ଏ ବର୍ଷ ଭଗବାନ ସତ୍ୟସାଇ ବାବାଙ୍କର ଶହେତମ ଜନ୍ମୋତ୍ସବ ପାଳନ ଅବସରରେ ନାରାୟଣ ସେବା, ଗରିବ ଅସହାୟମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ଏତଦ୍ ବ୍ୟତୀତ ସୋମବାର ଦିନ ପାରାଦୀପ ସତ୍ୟସାଇ ସେବା ସମିତିର ଆବାହକ ପ୍ରଶାନ୍ତ ମହାରଣା ଅନ୍ୟ ସେବାଦଳ ଭାଇଭଉଣୀଙ୍କ ଉପସ୍ଥିତିରେ ପାରାଦୀପର ୮ ନମ୍ବର ୱାର୍ଡରେ ଦିବ୍ୟାଙ୍ଗ ସଞ୍ଜୟ ସିଂ ଙ୍କୁ ତାଙ୍କର ସହଜ ଯାତାୟାତ ପାଇଁ ଏକ ହୁଇଲ୍ ଚେୟାର ପ୍ରଦାନ କରିଥିଲେ। ତେବେ ଆଗାମୀ ଦିନରେ ସତ୍ୟସାଇ ସଂଗଠନ ପକ୍ଷରୁ ଏପରି ସେବାକାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ମହାରଣା ସୂଚନା ଦେଇଛନ୍ତି l
