Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ମୋନାଲିସା ସାହିତ୍ୟ ସଂସଦର ଶୀତ ଆସର : ସୁନ୍ଦର ସମାଜ ଗଠନରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ

Alok Kumar Mohapatra | 22 Dec 2025 | 4 min read | 9 views

ପାରାଦ୍ୱୀପ ( ପି.ଏନ. ଏସ ) : ସାହିତ୍ୟ ହେଉଛି ସମାଜର ହୃତପିଣ୍ଡ ଓ ଏହାକୁ ବାଦଦେଇ ସୁନ୍ଦର ସମାଜର ପରିକଳ୍ପନା କରାଯାଇ ପାରିବ ନାହିଁ ବୋଲି ମୋନାଲିସା ସାହିତ୍ୟ ସଂସଦର ଶୀତ ଆସରରେ ମତ ପ୍ରକାଶ ପାଇଛି । ପାରାଦୀପର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ମୋନାଲିସା ସାହିତ୍ଯ ସଂସଦର ଶୀତ ଆସର ସ୍ତମ୍ଭକାର ଅକ୍ଷୟ କୁମାର ରାଉତଙ୍କ ଅଧ୍ଯକ୍ଷତାରେ ବନ୍ଦର ଶ୍ରମିକ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ଶ୍ରମିକନେତା ଅନନ୍ତ କୁମାର ଦାସ, ପ୍ରଶାନ୍ତ କୁମାର ରାଉତ ଯୋଗଦେଇ କାବ୍ୟ କବିତାରେ ଶୀତ ଋତୁର ବର୍ଣ୍ଣନା ବହୁ ପ୍ରାଚୀନ ବୋଲି କହିଥିଲେ । ବିଜୟ ନାୟକଙ୍କ ସଂଯୋଜନାରେ ପ୍ରେମଲତା ବାରିକ, ଧରିତ୍ରୀ ସାମଲ, ପୁଷ୍ପା ଦାସ, ଭାଗ୍ୟଶ୍ରୀ ପ୍ରଧାନ, ନଳିନୀପ୍ରଭା ସାହୁ, ଟୁନି ଖୋଜି, ଅନନ୍ତ ଦାସ, ପ୍ରଶାନ୍ତ ରାଉତ, ନିମାଁଇ ମହାପାତ୍ର, ବାବାଜୀ ନାୟକ ପ୍ରମୁଖ ଶୀତ ଶୀର୍ଷକ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଂପାଦିକା ସଂଘମିତ୍ରା ସ୍ବାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ତୁଳସୀ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।