ଆଦିଦେବ ଏଣ୍ଟରଟେନମେଣ୍ଟ ପକ୍ଷରୁ ପରୀ, ରାଜକୁମାରୀ ଓ ଶ୍ରୀମତୀ ପ୍ରତିଯୋଗିତା ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ।
Alok Kumar Mohapatra | 22 Dec 2025 | 7 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ର ଅଗ୍ରଣୀ ସାଂସ୍କୃତିକ ସଂଗଠନ ଆଦିଦେବ ଏଣ୍ଟରଟେନମେଣ୍ଟ ର ପ୍ରଥମ ମେଗା ସୌନ୍ଦର୍ଯ୍ୟ ପ୍ରତିଯୋଗିତା ପାଇଁ ପାରାଦୀପ ପୋର୍ଟ କ୍ଳବ ଠାରେ ରବିବାର ଦିନ ଏକ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପାରାଦୀପ ସମେତ ଆଖପାଖ ଜିଲ୍ଲା କେନ୍ଦ୍ରାପଡ଼ା, ଯାଜପୁର ଓ ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀ ମାନେ ଭାଗନେଇ ନିଜ ନିଜର କଳାର ପ୍ରଦର୍ଶନ କରିଥିଲେ l ଏହି ପ୍ରତିଯୋଗିତାରେ ପାରାଦ୍ଵୀପ ପରି , ପାରାଦ୍ଵୀପ ରାଜକୁମାରୀ ଓ ପାରାଦୀପ ଶ୍ରୀମତୀ ତିନିଗୋଟି ବିଭାଗ ର ଅଡିସନ ଶେଷ ହୋଇଛି l ପାରାଦୀପ ଅଞ୍ଚଳର କଳା, ସାହିତ୍ୟ, ନୃତ୍ୟ କ୍ଷେତ୍ରରେ ଲୁକାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆଣିବା ସହିତ ଏହି ପ୍ରତିଭା ମାନେ କିପରି ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିବେ ଏହା ଆଦିଦେବ ଏଣ୍ଟରଟେନମେଣ୍ଟ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଆଦିଦେବ ର ମୁଖ୍ୟ ପରିଚାଳିକା ଡ଼ ବନ୍ଦିତା ପଟ୍ଟନାୟକ l ଆଜିର ଏହି ମେଗା ଇଭେଣ୍ଟର ଅଡିସନ କାର୍ଯ୍ୟକ୍ରମରେ ଓଡିଶାର ସୁନାମଧନ୍ୟ ମଡେଲ, କୋରିଓଗ୍ରାଫର ସାହିଲ ରାଜ,ରନି କୁମାର ଙ୍କ ସହିତ ବନ୍ଦିତା ପଟ୍ଟନାୟକ ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ l ପାରାଦ୍ଵୀପ ରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଏତେ ସଂଖ୍ୟକ ପ୍ରତିଯୋଗି ମାନଙ୍କ ଉପସ୍ଥାନ ଏହି କାର୍ଯ୍ୟକ୍ରମ ସୁଦୂରପ୍ରସାର ହେବ ବୋଲି ଆଶା କରାଯାଏ l ଆଦିଦେବ ଇଣ୍ଟରଟେନମେଣ୍ଟ ଆଣ୍ଡ ଇଭେଣ୍ଟ ତରଫରୁ ଏହି ଅଡିସନ କାର୍ଯ୍ୟକ୍ରମକୁ ଆଦିଦେବ ପରିବାର ର ଅଧ୍ୟକ୍ଷା ଡ଼ ବନ୍ଦିତା ଶୁଭଦର୍ଶିନୀ ପଟ୍ଟନାୟକ,ଶଶାଙ୍କ ଶେଖର ଆଚାର୍ଯ୍ୟ, ରବୀନ୍ଦ୍ର ଜେନା, ଏସ ଚନ୍ଦ୍ରକାନ୍ତ,ବିରଜା ପ୍ରସାଦ ତ୍ରିପାଠୀ, ସୁଧାଂଶୁ ନାୟକ, ସନ୍ତୋଷ ଭାରତୀ,ମୁରଲୀଧର ବେହେରା, ରତ୍ନାକର ସ୍ୱାଇଁ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ l
