ଗୋଚର ଜମି ଘୋଟାଲା ଘଟଣାରେ ତହସିଲଦାର ଅଟକ, ପୋଲିସ କଲା ଉଦ୍ଧାର ।
pragyansila bureau | 20 Dec 2025 | 3 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ପ୍ରଥମେ ଗୋଚର ଜମିକୁ ବିକି ହେଲେ ମାଲାମାଲ ଆଉ ଏବେ ତାକୁ ଲୁଚେଇବାକୁ ଯାଇ ପ୍ରଶାସନକୁ ବିରୋଧ କରି ତହସିଲଦାରଙ୍କୁ ଅଟକ । ନିମିଢ଼ି ଗାଁ ରେ ଗୋଚର ଜମି ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗ୍ରାମର କିଛି ଲୋକ ସରକାରୀ ଗୋଚର ଜମିକୁ ବିକ୍ରି କରି କୋଟି କୋଟି ଟଙ୍କାର ମୁନାଫା କମେଇ ଥିବା ବେଳେ ଏବେ ଘୋଟାଲାକୁ ଲୁଚେଇବାକୁ କରୁଛନ୍ତି ପ୍ରୟାସ । ତରବରିଆ ଭାବେ ପ୍ଳଟିଙ୍ଗ ହୋଇଥିବା ଗୋଚର ଜମିରେ ବାଡ଼ ବୁଲାଇ ଲଗାଇଥିଲେ ଗଛ । ଏହି ଖବର ପ୍ରସାରଣ ପରେ କୁଜଙ୍ଗ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବାଡ଼କୁ ଉଛେଦ କରିବା ସମୟରେ ଦେଖା ଦେଇଥିଲା ଉତ୍ତେଜନା ପରିସ୍ଥିତି । କିଛି ସମୟ ପାଇଁ ତହସିଲଦାରଙ୍କୁ ଗ୍ରାମବାସୀ ଅଟକ ରଖିଥିବା ଦେଖିବାକୁ ମିଳିଥିଲା । ଲକ୍ ଥାନା ପୋଲିସ ପହଞ୍ଚି ତହସିଲଦାରଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି ।
