ଡିଏଭି ପବ୍ଲିକ ସ୍କୁଲ ପାରାଦ୍ଵୀପ ପୋର୍ଟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।
Alok Kumar Mohapatra | 20 Dec 2025 | 8 min read | 16 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ସ୍ଥିତ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍, ପାରାଦ୍ଵୀପ ପୋର୍ଟର ବାର୍ଷିକ କ୍ରୀଡ଼ା ଉତ୍ସବ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି I ପାରାଦୀପ ବନ୍ଦର ପ୍ରାଧିକରଣ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର କମାଣ୍ଡାଣ୍ଟ ସନ୍ନତ କୁମାର ପଟେଲ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I ସେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କ୍ଷେତ୍ରରେ କ୍ରୀଡ଼ାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ପିଲାମାନଙ୍କୁ ଉତ୍ସାହିତ କରିବା ସହ ବିଦ୍ୟାଳୟର କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ l ଅତିଥିମାନେ କୁନି କୁନି ପିଲାମାନଙ୍କ କ୍ରୀଡ଼ା ନିପୁଣତା ଓ ଉତ୍ସାହ ଦେଖି ଆନନ୍ଦ ପ୍ରକାଶ କରିଥିଲେ l କୁନି କୁନି ପିଲାମାନଙ୍କୁ ମୁଖ୍ୟ ଅତିଥି ଓ ବିଦ୍ୟାଳୟର ଅଧ୍ୟକ୍ଷା ପୁରସ୍କାର ବିତରଣ କରିଥିଲେ I ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନ୍ଦୁଶ୍ରୀ ମହାନ୍ତି ଉତ୍ସବଟିକୁ ଆଗେଇ ନେବା ସହ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ପୁରସ୍କାର ପ୍ରଦାନ କରିଥିଲେ l ସେ ଏହି ଆୟୋଜନର ସମସ୍ତ ଶ୍ରେୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଇଥିବାବେଳେ ପିଲାମାନଙ୍କୁ ଏ ପ୍ରକାର ତାଲିମ୍ ଦେଇପାରିଥିବା ସ୍କୁଲର କ୍ରୀଡ଼ା ଶିକ୍ଷୟିତ୍ରୀ ଶ୍ରୀମତୀ ସୌଭାଗିନୀ ପାଢ଼ୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ରଛାତ୍ରୀମାନେ ବିଭିନ୍ନ ଇଭେଣ୍ଟ ରେ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିଥିଲେ l ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ଛାତ୍ର ଦେବରାଜ ଭାରତୀ ଚମ୍ପିୟନ ହୋଇଥିବା ବେଳେ ଆୟନସ କର ଦ୍ଵିତୀୟ ଏବଂ ତସିଫ ଅଲି ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ଦଶମ ଶ୍ରେଣୀର ଛାତ୍ରୀ ଶୁଭ୍ରା ସମୀକ୍ଷା ଦାସ , ଅଷ୍ଟମ ଶ୍ରେଣୀର ଛାତ୍ରୀ ମଧୁସ୍ମିତା ସାହୁ , ସପ୍ତମ ଶ୍ରେଣୀର ଛାତ୍ର ରାଜେଶ ସ୍ୱାଇଁ ଏବଂ ଷଷ୍ଠ ଶ୍ରେଣୀର ଛାତ୍ର ସୋମେଶ ସାହୁ ଚମ୍ପିଆନ୍ ହୋଇଥିଲେ I ସତ୍ୟ, ଶାନ୍ତି, ଜ୍ଞାନ ଓ ନିଷ୍ଠା ହାଉସ୍ ର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ୍ ଏବଂ ଡ୍ରିଲ୍ କରାଯାଇଥିଲା l ସର୍ବଶେଷରେ ସଂଯୋଜକ ଶ୍ରୀ ହୃଷିକେଶ ପ୍ରଧାନଙ୍କ ଧନ୍ୟବାଦ ଅର୍ପଣ ସହ କ୍ରୀଡ଼ା ଉତ୍ସବଟି ଉଦ୍ ଯାପିତ ହୋଇଥିଲା l
