ପାରାଦ୍ଵୀପ ରେ ଏକ ମାଲବାହୀ ଟ୍ରେନ ର 4ଟି ବଗି ଲାଇନଚ୍ୟୁତ
pragyansila bureau | 18 Jun 2025 | 4 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ର ୪ ଟି ଖାଲି ବଗି ଲାଇନଚ୍ୟୁତ ହୋଇଛି । ପାରାଦ୍ଵୀପ ବନ୍ଦର ରୁ ଆସି ପୁରୁଣା ଷ୍ଟେସନରେ ରଖାଯାଉଥିବା ବେଳେ ଏହି ଟ୍ରେନ୍ ର ବଗି ଲାଇନଚ୍ୟୁତ ହୋଇଥିଲା ମାତ୍ର ସୌଭାଗ୍ୟ ବଶତଃ ବିଦ୍ୟୁତ୍ ଖୁଣ୍ଟ ରେ ମାଡ଼ ହେବା ପୂର୍ବରୁ ଏହା ଅଟକି ଯାଇଥିଲା। ଟ୍ରେନ୍ ର ଟ୍ରାକ୍ ଉପରେ କୋଇଲା ଗଦା ହୋଇ ରହିଥିବାରୁ ବର୍ଷା ଯୋଗୁଁ କୋଇଲା ଗୁଡିକ ଟାଇଟ ହୋଇଯାଇ ଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। କିଛି ଦିନ ତଳେ ମଧ୍ୟ ଏହି ରେଲୱେ ଟ୍ରାକ୍ ରେ ଗୋଟିଏ ଟ୍ରେନ୍ ର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଏହି ଟ୍ରାକ୍ କୁ ସଫାକରିବା ପର୍ଯ୍ୟନ୍ତ ଏହି ଟ୍ରାକ୍ ରେ ଟ୍ରେନ୍ ନଛାଡିବା ପାଇଁ ପୂର୍ବରୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ତେବେ ଘଟଣା କୁ ଦିର୍ଘ ସମୟ ବିତିଥିଲେ ମଧ୍ୟ କୈାଣସି ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଥିଲା |
