Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଦକ୍ଷିଣପୂର୍ବ ରେଳବାଇ ବିଦ୍ୟାଳୟ ୧୯୮୩ ବ୍ୟାଚର 'ବନ୍ଧୁ ପାଇଁ ଦିନଟିଏ' କାର୍ଯ୍ୟକ୍ରମ ।

Alok Kumar Mohapatra | 17 Dec 2025 | 5 min read | 16 views

ପାରାଦ୍ୱୀପ ( ପି.ଏନ. ଏସ ) : ଦକ୍ଷିଣ ପୂର୍ବ ରେଳବାଇ ମିଶ୍ରିତ ବିଦ୍ୟାଳୟ ୧୯୮୩ ମ୍ୟାଟ୍ରିକ ବ୍ୟାଚର ଏକ ବାର୍ଷିକ ବନ୍ଧୁମିଳନ 'ବନ୍ଧୁ ପାଇଁ ଦିନଟିଏ' କାର୍ଯ୍ୟକ୍ରମ ଗତ ରବିବାର ଦିନ ଭୁବନେଶ୍ୱର ସ୍ଥିତ ଶୀତଲ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସୁଦୂର ରାଉରକେଲା, ମୁମ୍ବାଇ, କଲିକତା ଓ ଦେଶର ବିଭିନ୍ନ ପ୍ରାନ୍ତରେ ଅବସ୍ଥାପିତ ପୁରାତନ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ର ସଦସ୍ୟ ମାନେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ତଥା ବର୍ତ୍ତମାନର ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଶିଶିର ଚନ୍ଦ୍ର ମୁର୍ମୁ, ଏସିଇ କମର୍ସିଆଲ ଷ୍ଟିଭେଡୋର୍ସ ର ପରିଚାଳନା ନିର୍ଦ୍ଦେଶକ ଅକ୍ଷୟ କୁମାର ସୁତାର ଓ ଟଙ୍କଧର ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ l ଜଗନ୍ନାଥ ଭଜନ ପରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ନିଜର ଓ ପରିବାର ମଧ୍ୟରେ ଭାବର ଆଦାନ ପ୍ରଦାନ କରି ସ୍କୁଲ ଜୀବନରେ ଘଟିଥିବା ଅତୀତର ସ୍ମୃତିଚାରଣ କରିଥିଲେ l ଏହି ବନ୍ଧୁମିଳନରେ ନାଚ, ଗୀତ ସହିତ କବିତା ପାଠ ଓ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଅକ୍ଷୟ ସୁତାର, ବିନୟ ପାତ୍ର, ପ୍ରକାଶ ମହାନ୍ତି, ଶରତ କୁମାର ସାମଲ ଓ ସନ୍ଦେଶ ସୁବୁଦ୍ଧି ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ l ଶେଷରେ ସମସ୍ତ ବନ୍ଧୁ, ବାନ୍ଧବୀ ଏବଂ ସେମାନଙ୍କ ପରିବାର ନୈଶ୍ୟ ଭୋଜିରେ ଯୋଗ ଦେଇଥିଲେ l