Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଜେଏସଡବ୍ଲୁ ର ନିଯୁକ୍ତି ପ୍ରହସନ ! କମ୍ପାନୀ ଫାଟକ ଆଗରେ ଧାରଣା ଚେତାବନୀ ।

Alok Kumar Mohapatra | 17 Dec 2025 | 7 min read | 14 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ନିକଟରେ ଜେଏସଡବ୍ଲୁ ର ନିର୍ମାଣଧୀନ ଷ୍ଟିଲ ପ୍ରକଳ୍ପ ଫାଟକ ଆଗରେ ଜାନୁଆରୀ ୨୬ ତାରିଖରେ ଜିଲ୍ଲାପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ ଓ ତାଙ୍କ ସମର୍ଥକ ମାନେ ଧାରଣା ଦେବା ନେଇ ଚେତାବନୀ ଦେଇଛନ୍ତି l ଏନେଇ ସ୍ଥାନୀୟ ଗଡ଼କୁଜଙ୍ଗ କୁଞ୍ଜବିହାରୀ ମନ୍ଦିର ଆଗରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପିନାକୀ କହିଛନ୍ତି ଯେ ଢିଙ୍କିଆ ଚାରିଦେଶରେ ନିର୍ମାଣଧିନ ଜେ.ଏସ୍.ଡବ୍ଲୁ କମ୍ପାନୀ ଜନମତକୁ ଉପେକ୍ଷା କରି ଆଇନ ର ଖୁଲମଖୁଲା ଉଲଂଘନ କରିଛି । ବିନା ପଲ୍ଲୀସଭା ଓ ଗ୍ରାମସଭାରେ ଏଠି ଶୀଳ୍ପ ପ୍ରତିଷ୍ଠା କୁ ଦୃଢ଼ ବିରୋଧ କରାଯାଇଛି । ଅଭିଯୋଗ ଅନୁଯାଇ ପ୍ରସ୍ଥାବିତ ପ୍ରକଳ୍ପ ପାଖରେ ମହାବାତ୍ୟାରୁ ଜନବସତିକୁ ରକ୍ଷା କରିଥିବା ବାଲି ଟିକିରା ସ୍ତୁପରୁ ବାଲି ଲୁଟ କରାଯାଉଛି । କମ୍ପାନୀକୁ ଆଇନଗତ ପରିବେଶ ମଞ୍ଜୁରୀ ନଥାଇ ସିମେଣ୍ଟ ପ୍ଳାଣ୍ଟ , ପାୱାର ପ୍ଲାଣ୍ଟ , ଷ୍ଟିଲ ପ୍ଳାଣ୍ଟ ଓ ଜେଟୀ ନାମରେ ଆଉ ଏକ ବନ୍ଦର ନିର୍ମାଣ କରିବାକୁ ଯାଉଛି କମ୍ପାନୀ । ସ୍ଥାନୀୟ ମତ୍ସ୍ୟଜୀବି ଏହି ପ୍ରକଳ୍ପରେ ପ୍ରଭାବିତ ହେବାକୁ ଯାଉଥିବା ବେଳେ ସେମାନଙ୍କୁ ଅଣଦେଖା କରାଯାଉଛି । ହଜାର ହଜାର ବନ୍ୟଜନ୍ତୁ ହରିଣ, ବାରହା , ବିଲୁଆ , ଠେକୁଆ ମାନଙ୍କୁ ଲୁଚାଇ ମାରି ଦିଆଯାଉଛି । ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ ଦେଇଥିବା ଓ ସେଠାରୁ ତଦନ୍ତ ନିର୍ଦେଶ ଆସିଥିଲେ ସୁଦ୍ଧା ତଦନ୍ତ ହେଉନାହିଁ ବୋଲି ଅଭିଯୋଗ କରାଯାଇଛି । ସର୍ବୋପରି ପ୍ରକଳ୍ପ ପ୍ରଭାବିତ ପରିବାରର ଯୁବକ ମାନଙ୍କୁ ଭୁବନଶ୍ୱରରେ ଟ୍ରେନିଂ ଦେଇ ଖାଲି ଏକ ସାର୍ଟିଫିକେଟ ଧରାଇ ଦିଆଯାଇଛି। ନିଯୁକ୍ତି ନଦେଇ ଅନ୍ୟପଟେ ଅଲଗା ପିଲାଙ୍କୁ ନିଯୁକ୍ତି ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ କମ୍ପାନୀ ତାର ପ୍ରକଳ୍ପ କାର୍ଯ୍ୟ ଆଗେଇ ନେଉଛି। ତେଣୁ ସ୍ଥାନୀୟ ସିଦ୍ଧଗୁମ୍ଫା ଠାରୁ ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଅନେକ ଲୋକ ମିଳିତ ଭାବେ ରାଲି କରି କମ୍ପାନୀ ଫାଟକ ଆଗରେ ଶାନ୍ତପୂର୍ଣ୍ଣ ଧାରଣା ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି ।