ପାରାଦ୍ଵୀପ କରାଟେ ଆସୋସିଏସନ ପକ୍ଷରୁ ବେଲ୍ଟ ଟେଷ୍ଟ ଓ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଆୟୋଜିତ ।
Alok Kumar Mohapatra | 17 Dec 2025 | 4 min read | 16 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ କରାଟେ ଆସୋସିଏସନ ପକ୍ଷରୁ ଏକ କରାଟେ ବେଲ୍ଟ ଟେଷ୍ଟ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାରାଦ୍ଵୀପ ଉପକଣ୍ଠ ସ୍ଥିତ ତାରିଣିଗଡା ର ବିଜୟଚନ୍ଦ୍ରପୁର ଠାରେ ରବିବାର ଦିନ ଆୟୋଜିତ ହୋଇଯାଇଛି l ଏଥିରେ ୮୦ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂଯେଉଁ ଛାତ୍ରଛାତ୍ରୀ ମାନେ କରାଟେ ଟେଷ୍ଟରେ ଉତ୍ତିର୍ଣ୍ଣ ହୋଇଥିଲେ,ସେମାନଙ୍କୁ ବିଭିନ୍ନ ବର୍ଗ ଅନୁଯାଇ ମୁଖ୍ୟ ପ୍ରଶିକ୍ଷକ ସେନସାଇ କାହ୍ନୁ ମଲ୍ଲିକ,ମୁଖ୍ୟ ଅତିଥି ଭାବେ ପାରିଷଦ ପ୍ରତାପ ଚନ୍ଦ୍ର ନାୟକ,
ସମ୍ମାନିତ ଅତିଥି ଭାବେ ଅନନ୍ତ କୁମାର ଜେନା,ସମାଜ ସେବି ଗୌତମ କୁମାର ନାୟକ,ମୁଖ୍ୟ ବକ୍ତା ଭାବେ ସମୀର କୁମାର ଓଝା,ବରିଷ୍ଠ କରାଟେ ପ୍ରଶିକ୍ଷକ ମାନସ ଡୋରା,କରାଟେ ପ୍ରଶିକ୍ଷକ ବିନୟ କୁମାର ମହାରଣା ପ୍ରମୁଖ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବେଲ୍ଟ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ l ଶେଷରେ ଆସୋସିଏସନ ସଭାପତି କାହ୍ନୁ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l