ଲାମକୋକ୍ ଚୋରି ଅଭିଯୋଗରେ ପାରାଦୀପରେ ୧୩ ଟି ଟ୍ରକ ଅଟକ ।
Alok Kumar Mohapatra | 17 Dec 2025 | 6 min read | 16 views
ପାରାଦ୍ୱୀପ ( ପି.ଏନ. ଏସ ) : ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ଯାଜପୁର ସ୍ଥିତ ଜିନ୍ଧଲ କୋକ୍ ଲିମିଟେଡ୍ରୁ ଲାମକୋକ୍ ହାଜିରା ପ୍ଲାଣ୍ଟକୁ ପାରାଦୀପ ବନ୍ଦର ଦେଇ ସମୁଦ୍ର ପଥରେ ପଣ୍ୟବାହୀ ଜାହାଜ ମାଧ୍ୟମରେ ନିୟମିତ ଭାବେ ପଠାଇଥାନ୍ତି । ଏଣୁ ଇଷ୍ଟର୍ଣ୍ଣ ଷ୍ଟିଭେଡୋରସ୍ଙ୍କୁ ପରିବହନ କାର୍ଯ୍ୟରେ ଜିନ୍ଧଲ କୋକ୍ ଲିମିଟେଡ୍ ପ୍ଲାଣ୍ଟରୁ ପାରାଦ୍ଵୀପ ପୋର୍ଟ ପ୍ଳଟ ପର୍ଯ୍ୟନ୍ତ ନିୟୋଜିତ କରିଛନ୍ତି । ଗତ ଦୁଇ ତିନି ଦିନ ମଧ୍ୟରେ ୧୩ ଟି ଟ୍ରକ୍କୁ ସନ୍ଦେହ ହେତୁ ଖଲାସ୍ ବନ୍ଦ ରଖାଯାଇଅଛି । ଆଜି ସୋମବାର ଦିନ ଦିନ ୧୧ ଟା ସମୟରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ର ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟ, ସିକ୍ୟୁରିଟି ଇନଚାର୍ଜ୍ କାମେଶ୍ବର ଶର୍ମା ଓ ଟ୍ରାସପୋର୍ଟ ପ୍ରତିନିଧ ପ୍ରଭାତ ସାଇଁ ଏବଂ ଓଏସଏଲ ଷ୍ଟିଭେଡୋରସ୍ର ପ୍ରତିନିଧ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଉକ୍ତ ସନ୍ଦେହଜନକ ଟ୍ରକଗୁଡିକରୁ ପାଲ ଖୋଲାଯାଇଥିଲା, ଟ୍ରକ ନଂ ଓଡି୦୪କ୍ଯୁ-୦୦୫୪, ଓଡି୦୬ଜେଡ - ୧୦୯୫, ଓଡି୦୫କ୍ଯୁ-୯୫୨୭ ର ପାଲ ଖୋଲାଯିବା ପରେ ସେଥୁରୁ ପ୍ରଚୁର ପରିମାଣରେ ଧୂଳି, ପାଉଁଷ ଓ ପାଣି ଭିଜା କାର୍ଗୋ ମିଳିଥିଲା । ଉକ୍ତ ଗାଡିରେ ନିୟୋଜିତ ଥିବା ଡ୍ରାଇଭର ବିଜୟ ନେହା, ବିଜୟ ଖଟୁଆ ଓ ସୁମନ ଦେହୁରୀଙ୍କୁ ପଚାରିବାରୁ ସେମାନେ ଗାଡିରୁ ଲାମକୋକ୍ ବାହାର କରି ବିକ୍ରୟ କରିଛନ୍ତି ଓ ତାହା ବଦଳରେ ସେହି ପରିମାଣରେ ଧୂଳି, ପାଉଁଷ ଓ ପାଣି ମିଶ୍ରଣ କରିଛନ୍ତି । ଡ୍ରାଇଭରଙ୍କ କହିବା ଅନୁଯାୟୀ ଏଥରେ ତାଙ୍କର ମାଲିକମାନଙ୍କ ସଂପୃକ୍ତି ରହିଛି । ତେବେ ଏହି ଘଟଣାକୁ ନେଇ ପାରାଦୀପ ଆଦର୍ଶ ଥାନାରେ ଏକ ମାମଲା ରୁଜୁ ହୋଇଛି l
