ପାରାଦ୍ଵୀପ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।
Alok Kumar Mohapatra | 17 Dec 2025 | 8 min read | 14 views
ପାରାଦ୍ୱୀପ ( ପି.ଏନ. ଏସ ) : ପ୍ରତିବର୍ଷ ପରି ଚଳିତ ବର୍ଷ ଅଟଳ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ସଦନ ପରିସରରେ ପାରାଦୀପ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି l ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପାରାଦୀପ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପାୟୀ ଙ୍କ ଜନ୍ମଜୟନ୍ତୀ ଡିସେମ୍ବର ୨୫ ତାରିଖ ଠାରୁ ଡିସେମ୍ବର ୩୧ ତାରିଖ ସାତଦିନ ଧରି ପାରାଦ୍ଵୀପ ଜୟଦେବ ସଦନ ପ୍ରାଙ୍ଗଣରେ ଆୟୋଜିତ ହୋଇଆସୁଛି ପାରାଦ୍ଵୀପ ମହୋତ୍ସବ l କଳିଙ୍ଗ ବାଲିଯାତ୍ରା ମହୋତ୍ସବ ପରେ ପାରାଦ୍ଵୀପ ମହୋତ୍ସବ ପାରାଦ୍ଵୀପ ଦର୍ଶକଙ୍କ ମନ ଜିଣିପାରିଛି l ଚଳିତ ବର୍ଷ ବାଜପେୟୀ ଙ୍କ ୧୦୧ତମ ଜନ୍ମଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଅଟଳ ମେମୋରିଆଲ ଟ୍ରଷ୍ଟ ତରଫରୁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରହିଛି l ଏ ନେଇ ନୂଆବଜ଼ାର ସ୍ଥିତ କାର୍ଯ୍ୟାଳୟରେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଆହ୍ୱାନକ୍ରମେ ରବିବାର ଦିନ ଆୟୋଜିତ ପ୍ରସ୍ତୁତି ବୈଠକରେ ପାରାଦ୍ଵୀପ ମୁନିସିପାଲିଟି ର ସମସ୍ତ ୱାର୍ଡରୁ ଶତାଧିକ ସଂଖ୍ୟାରେ ଅଟଳ ବିହାରୀଙ୍କ ଶୁଭେଛୁମାନେ ଯୋଗଦେଇ ଚଳିତବର୍ଷର ପାରାଦ୍ଵୀପ ମହୋତ୍ସବ କୁ କିପରି ସରସ ସୁନ୍ଦର କରାଯାଇପାରିବ ଏ ନେଇ ମତାମତ ରଖିଥିଲେ l ପାରିଷଦ ସୁବ୍ରତ କୁମାର ପ୍ରଧାନ ଓ ମନ୍ତ୍ରୀଙ୍କ ପାରାଦୀପ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକ ସଫଳ ହୋଇଥିବା ବେଳେ ପାରାଦ୍ଵୀପ ମହୋତ୍ସବ କିପରି ସଫଳ ଓ ଦର୍ଶକ ଙ୍କ ଆକର୍ଷଣ ପାଲଟିବ ଏ ନେଇ ଆଲୋଚନା କରାଯାଇଥିଲା l ଏହି ପ୍ରସ୍ତୁତି ବୈଠକ ରେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ ଓ ପାରାଦ୍ଵୀପ ନଗର ମଣ୍ଡଳ ବିଜେପି ସଭାପତି ତଥା ପାରିଷଦ ସୁବ୍ରତ ପ୍ରଧାନଙ୍କ ସମେତ ବଜରଙ୍ଗ ପ୍ରସାଦ ସ୍ୱାଇଁ, ଅର୍ଜିଲା ଶିବା, ସୁଲେମାନ ରାଜୁ, ପାରାଦ୍ଵୀପ ନଗର ବିଜେପି ଯୁବମୋର୍ଚା ସଭାପତି ଦିଲ୍ଲୀପ ବଳିୟାରସିଂ ଓ ସମସ୍ତ ୱାର୍ଡର କର୍ମୀ ଓ ମହିଳା ମୋର୍ଚ୍ଚା ର କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ନିଜ ନିଜର ମତାମତ ରଖିଥିଲେ l
