ଜଗତସିଂହପୁରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ।
pragyansila bureau | 14 Dec 2025 | 11 min read | 10 views
ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସଚିବ ବିଡିଡି ଚନ୍ଦନା ଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ପରିବାର ଅଦାଲତ ଜଜ୍ ରଶ୍ମିତା ଦଳେଇ, ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ନୀଳିମା ପଣ୍ଡା, ମହିଳା ଅଦାଲତ ବିଚାରପତି ସ୍ଵପ୍ନଶ୍ରୀ ନାୟକ, ସବ ଜଜ୍ ରାକେଶ କୁମାର ମୁଦୁଲି, ସବ ଜଜ୍ (ଏଲ୍ ଆର) ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ମୁନଶିଫ ଅନନ୍ୟା ଦାସ, ଏସ୍.ଡି.ଜେ.ଏମ୍ ପ୍ରତ୍ୟୁଷ କୁମାର ଚାନ୍ଦ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ । ଦେୱାନି ଅଦାଲତ ନିବନ୍ଧକ ବିଶ୍ଵକଳ୍ପିତା ମହାନ୍ତି ଏବଂ ଶିକ୍ଷାନବିଶ ଅଧିକାରୀ ଶ୍ରୀୟଙ୍କା ଦାଶ ଉପସ୍ଥିତ ଥିଲେ I ସେହିପରି କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ତାଲୁକ ଆଇନ ସେବା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଦୀପ୍ତି ପ୍ରକାଶ ବ୍ରହ୍ମା, ସବ ଜଜ୍ ଅବକାଶ ଚୌଧୁରୀ, ମୁନସିଫ ଡକ୍ଟର ବିଶ୍ଵଭୂଷଣ ନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଙ୍କିତ ଦେୱାଙ୍ଗନ, ପାରସ ପାଢୀ, ସସ୍ମିତା ଶେଠୀ ଓ ଶ୍ରୀମତୀ ରୋଶ୍ନିବାଲା ସେନାପତିଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର ଓ ଏରସମା ଅଦାଲତରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି I ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦିଷ୍ଟ ବେଞ୍ଚରେ ପବ୍ଲିକ୍ ପ୍ରୋସେକ୍ୟୁଟର ତପନ କୁମାର ପାଲ, ଡଃ ସିଦ୍ଧାର୍ଥ ଶଙ୍କର ମହାନ୍ତି, ଆଇନଜିବୀ ଆଶୁତୋଷ ଦାସ ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମୋକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ରାଜସ୍ଵ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବୈବାହିକ ବିବାଦ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ଋଣ ସମ୍ବନ୍ଧିୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୨୧୭୩ ମାମଲାରୁ ୧୩୮୮ ଟି ସଫଳତାର ସହ ଫଇସଲା ହେବା ସହିତ ୩ କୋଟି ୬୩ ଲକ୍ଷ ୪୫ ହଜାର ୪୭୯ ଟଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ ଋଣ ସମ୍ବନ୍ଧିୟ ପ୍ରାକ ମୋକଦ୍ଦମାରେ ୫୦୪୧ ଟି ମାମଳରୁ ୬୮ ଟି ସଫଳତାର ସହ ଫଇସଲା ହେବା ସହିତ ୧୨ ଲକ୍ଷ ୯୧ ହଜାର ୭୬୮ ଟଙ୍କା ଋଣ ଆଦାୟ କରାଯାଇଛି । ଜଗତସିଂହପୁର ଜିଲ୍ଲା ଅଦାଲତ ସମେତ କୁଜଙ୍ଗ, ତିର୍ତୋଲ, ରଘୁନାଥପୁର, ଏରସମା ଅଦାଳତ ଏବଂ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ଯାଳୟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ମୋକଦ୍ଦମା ଗୁଡିକର ଫଇସଲା କରାଯାଇ ଟଙ୍କା ଆଦାୟ କରାଯାଇଛି ।
