Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

୨୫୦୦ କଣ୍ଠ ଶିଳ୍ପୀ ଙ୍କ ଜନ୍ମଦାତା ମେଘମହ୍ଲାର ର ୫ମ ବାର୍ଷିକ ଉତ୍ସବ : ଜାଗୃତି ଙ୍କ ଗୀତରେ ଝୁମିଲେ ଦର୍ଶକ ।

Alok Kumar Mohapatra | 13 Dec 2025 | 6 min read | 15 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମେଘ ମହ୍ଲାର କଳା ପରିଷଦ ର ୫ମ ବାର୍ଷିକ ଉତ୍ସବ ଜୟଦେବ ସଦନ ନିକଟସ୍ଥ ପଡିଆରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମେଘ ମହ୍ଲାର କଳା ପରିଷଦ ଅନୁଷ୍ଠାନ ୨୫୦୦ କଣ୍ଠଶିଳ୍ପୀ ଙ୍କୁ ତିଆରି କରିବା ସହିତ ତାର ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରଖିଛି । ତେବେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଶୀତୁଆ ସନ୍ଧ୍ୟାରେ ଓଲିଉଡ କଣ୍ଠଶିଳ୍ପୀ ଜାଗୃତୀଙ୍କ ସଙ୍ଗୀତ ଜଲୱାରେ ଖୁମିଥିଲେ ଦର୍ଶକ l ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ବରିଷ୍ଠ ଏଇଏମ ବିଶ୍ୱଜିତ ମିଶ୍ର, ମୂଖ୍ୟ କଣ୍ଠଶିଳ୍ପୀ ଜାଗୃତି ମିଶ୍ର, ଇଫକୋ ଡେପୁଟି ମ୍ୟାନେଜର ଅଜିତ କୁମାର ଜେନା, ପାରିଷଦ ଅଜିତ ଷଡ଼ଙ୍ଗୀ, ମୁଖ୍ୟ କର୍ମକର୍ତ୍ତା ଅନିଲକାନ୍ତ ଆଚାର୍ଯ୍ୟଙ୍କ ସମେତ ପ୍ରଫୁଲ୍ଲ କୁମାର ପ୍ରଧାନ,ରଶ୍ମି ରଞ୍ଜନ ଖଟୁଆ, ସୁବାସ ଚନ୍ଦ୍ର ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ମେଘ ମହ୍ଲାର କଳା ପରିଷଦ ର ଗୁରୁ ଶ୍ରୀ ବିଜୟ କୁମାର ମାଛୁଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଦର୍ଶକ ବିଭୋର ହୋଇଥିଲେ । ଏହା ସହ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ବାରା ଓଡିଶୀ ଗୀତ ଗାୟନ,ତବଲା ପରିବେଷଣ, ଓଡ଼ିଶୀ ନୃତ୍ୟ,ଭଜନ,ସାଂସ୍କୃତିକ ସଭା ଓ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ନାଚ,ଗୀତ ଆଦି ପରିବେଷଣ କରାଯାଇଛି । ଏନେଇ ମେଘ ମହ୍ଲାର କଳାପରିଷଦ ମୂଖ୍ୟ ସଙ୍ଗୀତ ଗୁରୁ ବିଜୟ କୁମାର ମାଛୁଆ ସମସ୍ତ ଅତିଥି ଓ ଦର୍ଶକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।