Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଶ୍ରୀ ଅରବିନ୍ଦ ବିଦ୍ୟାଳୟ ର ୨୨ତମ କ୍ରୀଡା ଉତ୍ସବ ଉଦଘାଟିତ ।

Alok Kumar Mohapatra | 13 Dec 2025 | 4 min read | 16 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ନୂଆବଜାର ସ୍ଥିତ ଶିକ୍ଷାନୁଷ୍ଠାନ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ସେଣ୍ଟର ର ୨୨ତମ ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଇଫକୋ ପାରାଦ୍ଵୀପ ୟୁନିଟର ଲୋକ ସମ୍ପର୍କ ଅଧିକାରୀ ଡ଼ଃ. ପ୍ରସନ୍ନ କୁମାର ବେଉରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍କୁଲ ପରିଚାଳନା କମିଟିର ଟ୍ରଷ୍ଟି ପ୍ରଦୀପ୍ତ କୁମାର ପଣ୍ଡା, ସଦସ୍ୟ ତପନ କୁମାର ପାତ୍ର, ଶିବ ଚରଣ ବିଶ୍ୱାଳ, ସାମ୍ବାଦିକ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ବିଦ୍ୟାଳୟ ର ଅଧ୍ୟକ୍ଷ ତୃପ୍ତି ରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ବେଉରା ପତାକା ଦେଖାଇ ଏହି କ୍ରୀଡା ଉତ୍ସବ ର ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ସହିତ ଶାରୀରିକ ବିକାଶ ପାଇଁ କ୍ରୀଡା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ l ତିନିଦିନ ବ୍ୟାପି ଏହି କ୍ରୀଡା କୁ ଶିକ୍ଷାନୁଷ୍ଠାନ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରୁଛନ୍ତି l