ରାସ୍ତା ଉପରେ ଓଲଟିଲା ସ୍କ୍ରାପ୍ ବୋଝେଇ ଟ୍ରକ୍ । ଦୀର୍ଘ ସମୟ ଧରି ରାସ୍ତା ହୋଇଗଲା ବନ୍ଦ
pragyansila bureau | 18 Jun 2025 | 3 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ଚଣ୍ଡିଖୋଲ ରାସ୍ତାରେ ବିଛାଡି ହୋଇ ପଡ଼ିଛି ଲୁହା। ସୂଚନା ମୁତାବକ ଏକ ସ୍କ୍ରାପ ବୋଝେଇ ଲୁହା ଗାଡ଼ି ପାରାଦୀପରୁ ଚଣ୍ଡିଖୋଲ ଅଭୁମୁଖେ ଯାଉଥିବା ବେଳେ ଚୂନ ଛକ ନିକଟରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ଯୋଗୁଁ ରାସ୍ତା ସଙ୍କୁଚିତ ଥିବା ବେଳେ ଏକ କାର ହଠାତ୍ ଗାଡ଼ି ସମ୍ମୁଖକୁ ଆସିଯିବାରୁ ଗାଡ଼ି ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲା ,ଫଳରେ ସ୍କ୍ରାପ ବୋଝେଇ ଟ୍ରକଟି ଓଲଟି ପଡ଼ିଥିଲା। ତେବେ କାହାର କିଛି କ୍ଷତି ହୋଇ ନ ଥିବା ବେଳେ ଡ୍ରାଇଭର କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ଲକ୍ ଥାନା ପୋଲିସ ।
