ଚାହା ବ୍ୟବସାୟୀ ଟୁନା ଙ୍କୁ ସହାୟତାର ହାତ ବଢ଼ାଇଲେ ଗ୍ରୀନ ପାରାଦ୍ଵୀପ ଟ୍ରଷ୍ଟ ।
Alok Kumar Mohapatra | 13 Dec 2025 | 7 min read | 15 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ପ୍ରେସ ଗ୍ୟାଲେରୀ ନିକଟରେ ଥିବା ଚାହା ଦୋକାନୀ ସୁଜିତ ଦାସ (ଟୁନା) ଙ୍କୁ ଶନିବାର ସକାଳେ ଗ୍ରୀନ ପାରାଦ୍ଵୀପ ଟ୍ରଷ୍ଟ ପକ୍ଷରୁ ଏକ ନୂତନ ଚାହା ଷ୍ଟଲ ଗାଡି ପ୍ରଦାନ କରାଯାଇଥିଲା l ଏହି ଅବସରରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଏହି ଷ୍ଟଲ କୁ ଉଦଘାଟନ କରିଥିବା ବେଳେ ଉଚ୍ଚ ନ୍ୟାୟାଳୟର ଏଜିଏ ତପନ କୁମାର ଦାଶ ଓ ବଣିକ ସଂଘର ପୂର୍ବତନ ସଭାପତି ବରିଷ୍ଠ ବ୍ୟବସାୟୀ କ୍ଷୀରୋଦ କୁମାର ସ୍ୱାଇଁ ଉପସ୍ଥିତ ଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ର ଅଧ୍ୟକ୍ଷ ରାକେଶ ପଟ୍ଟନାୟକ, ଉପସଭାପତି ସୁଧାଂଶୁ ନାୟକ, ଉପଦେଷ୍ଟା ଶୁକଦେବ ଜେନା, ଶଶାଙ୍କ ଆଚାର୍ଯ୍ୟ, ରବିନ୍ଦ୍ର ଜେନା ଓ ଆଲୋକ ମହାପାତ୍ର, ଗ୍ରୀନ ଟ୍ରଷ୍ଟର ସଦସ୍ୟ ପ୍ରଭାକର ସାହୁ, ଦୀପକ ଦାସ, ବିବେକାନନ୍ଦ ରାଉତ, ଲାଲା ବିନୟ କୁମାର ରାୟ, ବିରଜା ତ୍ରିପାଠୀ,ସନ୍ତୋଷ ଭାରତୀ, ସଂଗ୍ରାମ ରାଉତ,ଅଜିତ ଦାସ, ତ୍ରିଲୋଚନ ମହାପାତ୍ର, ପ୍ରୀତି ରଞ୍ଜନ ମହାପାତ୍ର,ପ୍ରଶାନ୍ତ ସ୍ୱାଇଁ, ପ୍ରଭାସ ଦାସ,କୁଳମଣି ନାୟକ, ଅବଦୁଲ ଆବିଦ ଖାନ, ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ l ତେବେ ଦୀର୍ଘଦିନ ହେବ ଏଠାରେ ଚାହା ବ୍ୟବସାୟ କରୁଥିବା ଟୁନା ଏକ ଜରାଜୀର୍ଣ୍ଣ ଠେଲାରେ ବ୍ୟବସାୟ କରୁଥିବା ବେଳେ, ଏହାକୁ ହୃଦୟଙ୍ଗମ କରି ପାରାଦ୍ଵୀପ ର କାର୍ଯ୍ୟରତ ସାମ୍ବାଦିକଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୀନ ପାରାଦ୍ଵୀପ ଟ୍ରଷ୍ଟ ପକ୍ଷରୁ ଏକ ନବ ନିର୍ମାଣ ଅତ୍ୟାଧୁନିକ ଷ୍ଟଲ ଗାଡି ଦାନ କରାଯାଇଥିଲା l ସୂଚନାଥାଉକି, ଗ୍ରୀନ ପାରାଦୀପ ଟ୍ରଷ୍ଟ ବନ୍ଦର ସହରକୁ ସବୁଜମୟ କରିବା ଉଦ୍ଦେଶ୍ୟରେ ନିୟମିତ ଅନ୍ତରରେ ବୃକ୍ଷ ରୋପଣ କରିଆସୁଥିବା ବେଳେ ଅସହାୟ ମାନଙ୍କୁ ସର୍ବଦା ସହାୟତାର ହାତ ବଢ଼ାଇଥାଏ l ଏହି ଷ୍ଟଲ ପାଇବା ପରେ ଚାହା ବ୍ୟବସାୟୀ ଟୁନା ଟ୍ରଷ୍ଟ ଏବଂ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅନ୍ତରର ସହ ଧନ୍ୟବାଦ ଜଣାଇଛନ୍ତି l
