ଜିଲ୍ଲା ସ୍ତରୀୟ ଲିଙ୍ଗଭିତ୍ତିକ ହିଂସା ନିରାକରଣ ସଚେତନତା ପକ୍ଷ ପାଳିତ ।
pragyansila bureau | 13 Dec 2025 | 7 min read | 13 views
ଜଗତସିଂହପୁର ( ପି.ଏନ. ଏସ ) : ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲିଙ୍ଗଭିତ୍ତିକ ହିଂସା ନିରାକରଣ ସଚେତନତା ପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ପରିସରରେ ପାଳିତ ହୋଇଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ରାଜେନ୍ଦ୍ର କୁମାର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏଡି ପି ଏଚ ଓ (fw) ଡ଼ଃ ପ୍ରମୋଦ କୁମାର ବାରିକ, ଏଡି ପି ଏଚ ଓ (DC) ଡ଼ଃ ବାସନ୍ତୀ ପାଲ,ଡି ପି ଏମ ସୋନାଲି ପ୍ରୀୟଦଶନି,ଡି ଏସ ପି ସବ୍ୟସାଚୀ ରାଉତ, ସଖୀ ୱାନ ଷ୍ଟେପ କେନ୍ଦ୍ରର ଓ ଏସ ସି ପୂର୍ଣ୍ଣଚନ୍ଦ୍ର ମଲ୍ଲ,ବିଜୟ ଲକ୍ଷ୍ମୀ ସାମଲ( ପରାମର୍ଶଦାତା)ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସଚେତନତା ପକ୍ଷ ପାଳନ ଅବସରରେ ଶପଥ ପାଠ କରିଥିଲେ ।ଏହି ଶପଥ ପାଠ ମଧ୍ୟରେ ମୁଖ୍ୟତଃ ସମ୍ମାନର ସହିତ ବଞ୍ଚିବା ସମସ୍ତ ମହିଳା ଓ ଝିଅଙ୍କର ମୌଳିକ ଅଧିକାର ରହିଛି।ଲିଙ୍ଗ,ଜାତି,ଧର୍ମ,ବୟସ,ବର୍ଗ ଯେ କିଛି ହେଉ ପ୍ରତ୍ୟେକ ମଣିଷଙ୍କର ମର୍ଯ୍ୟାଦା,ଅଧିକାର ଓ ସମାନତାକୁ ସମ୍ମାନ କରିବା,ଲିଙ୍ଗ ସମାନତା ,ସୁରକ୍ଷା ଓ ମହିଳା ଶିଶୁ ସଶକ୍ତିକରଣ ପାଇଁ ସଦା ସଚେତନ ରହିବି ଓ ଅନ୍ୟମାନଙ୍କୁ ସଚେତନ କରିବି।ହିଂସାରେ ପୀଡ଼ିତାଙ୍କୁ ସହାୟତା ,ସମର୍ଥନ ଓ ନ୍ୟାୟ ମିଳିବାକୁ ସଚେତନତା ଓ ଆବଶ୍ୟକ ସୂଚନା ପ୍ରଦାନ କରିବି।ମୋ ଘର ,କାର୍ଯ୍ୟସ୍ଥଳ,ସମାଜ ଓ ସଙ୍ଗୀମାନଙ୍କ ମଧ୍ୟରେ ସୁରକ୍ଷିତ ସମ୍ମାନ ଜନକ ଓ ହିଂସା ମୁକ୍ତ ପରିବେଶ ସୃଷ୍ଟି କରିବାକୁ ଉତ୍ସାହିତ କରିବି। ମୁଁ ଏହି ମୂଲ୍ୟବୋଧକୁ ଦୈନନ୍ଦିନ ଜୀବନରେ ଅନୁସରଣ କରି ଏକ ହିଂସା ମୁକ୍ତ ଏବଂ ସମାନତାଭିତିକ ସମାଜ ଗଢି ତୋଳିବାରେ ନିଷ୍ଠାବାନ ରହିବି ବୋଲି ଶପଥ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ,ବି ପି ଏମ ଓ ବାମ, ମାନେ ଯୋଗ ଦେଇଥିଲେ। ଡେପୁଟି ମ୍ୟାନେଜର ସନ୍ଦ୍ୟାରଣୀ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ନିରୋଦ ପ୍ରଧାନ ଏବଂ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁବ୍ରତ ମହାପାତ୍ର ସହଯୋଗ କରିଥିଲେ ।
