ପାରାଦ୍ଵୀପ ବନ୍ଦର ଓ ଇଫକୋ ସହାୟତାରେ ଜାତୀୟ ଦୃଷ୍ଟିହୀନ ଜୁଡୋ ପ୍ରତିଯୋଗିତାରେ ଓଡିଶାରୁ ପ୍ରତିନିଧିତ୍ୱ କରିବେ ୨୫ ଜଣ କ୍ରୀଡ଼ାବିତ ।
Alok Kumar Mohapatra | 11 Dec 2025 | 6 min read | 17 views
ପାରାଦ୍ୱୀପ ( ପି.ଏନ. ଏସ ) : ରାଜସ୍ଥାନ ର ଗଙ୍ଗାନଗର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ଦୃଷ୍ଟିହୀନ ଜୁଡୋ ଚମ୍ପିୟାନସିପରେ ଓଡିଶାର ପଚିଶ ଜଣ ବିଭିନ୍ନ ବର୍ଗର ଦୃଷ୍ଟିହୀନ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି l ପ୍ରଥମ ଥର ହେବାକୁ ଯାଉଥିବା ଏହି ଦୃଷ୍ଟିହୀନ ଜୁଡୋ ଚମ୍ପିୟାନସିପରେ ଓଡିଶା ତରଫରୁ ମହିଳା ଖେଳାଳି ଭଗନେବାକୁ ଯାଉଛନ୍ତି l ଓଡିଶାର ବିଭିନ୍ନ ଜିଲ୍ଲାରୁ ଚୟନ ହୋଇଥିବା ୨୫ ଜଣ ଖେଳାଳିଙ୍କୁ ନେଇ ଖ୍ୟାତିସମ୍ପନ୍ନ ଜୁଡୋ ପ୍ରଶିକ୍ଷିକା ଲୋପାମୁଦ୍ରା ପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପାରାଦ୍ଵୀପ ଇଣ୍ଡୋର ଷ୍ଟାଡିଅମରେ ପନ୍ଦର ଦିନିଆ ପ୍ରଶିକ୍ଷଣ ଶିବିର ଚାଲିଛି l ବିଗତ ବର୍ଷରେ ଲୋପାମୁଦ୍ରା ଙ୍କ ନେତୃତ୍ୱରେ ୧୮ ଜଣିଆ ଖେଳାଳିଙ୍କୁ ନେଇ ୧୦ ଟି ପଦକ ହାସଲ କରିଥିବା ବେଳେ ଚଳିତ ବର୍ଷ ଓଡିଶା ପାଇଁ ଭଲ ମେଡାଲ ଆଣିବେ ବୋଲି ପ୍ରଶିକ୍ଷକ ଦୃଢ ବିଶ୍ୱାସ ରଖିଛନ୍ତି l ଓଡିଶା ପାଇଁ ଏହି ଜାତୀୟ ସ୍ତରର ଦୃଷ୍ଟିହୀନ ପାରାଅଲିମ୍ପିକ ରେ ଭଗନେବାପାଇଁ ୨୫ ଜଣ ଖେଳାଳିଙ୍କ ସହିତ ୫ ଜଣ ଅଫିସିଆଲ ଷ୍ଟାଫ ଚଳିତମାସ ୧୬ ତାରିଖରେ ପାରାଦ୍ଵୀପ ରୁ ରାଜସ୍ଥାନ ଯାତ୍ରା କରିବା ସହିତ ୧୯ ତାରିଖରେ ରାଜସ୍ଥାନ ରେ ପହଞ୍ଚି ପ୍ରତିଯୋଗିତାରେ ଭାଗନେବା ନେଇ କହିଛନ୍ତି କୋଚ ଲୋପାମୁଦ୍ରା ପତି l ରାଜସ୍ଥାନ ଯିବାକୁ ଥିବା ଏହି ଓଡିଶା ଦୃଷ୍ଟିହୀନ ଜୁଡୋ ଟିମର ପ୍ରଶିକ୍ଷଣ ଠାରୁ ପ୍ରତିଯୋଗିତା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ପାରାଦୀପ ବନ୍ଦର ଓ ଇଫକୋ ୟୁନିଟ ପାରାଦ୍ଵୀପ ତରଫରୁ ବହନ କରୁଥିବା ବେଳେ ଚଳିତ ପ୍ରତିଯୋଗିତା ରେ ଭଲ ଫଳାଫଳ ଆଣିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଶିକ୍ଷିକା ଲୋପାମୁଦ୍ରା l
