Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବିଦ୍ୟୁତ ବିଭାଗ ର ଉପକରଣ ଚୋରି ଘଟଣା ରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ ।

pragyansila bureau | 10 Dec 2025 | 4 min read | 11 views

ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବିଦ୍ୟୁତ ବିଭାଗ ର ଉପକରଣ ଓ ତାର ଚୋରି ଘଟଣା ରେ ଦୁଇ ଅଭିଯୁକ୍ତ ଗିରଫ,ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ଏସଡିପିଓ l ସୂଚନା ଯୋଗ୍ୟ ଯେ ଗତ 7 ତାରିଖ ରେ ନାଉଗାଁ ଟିପିସିଓଡିଏଲ ବିଦ୍ୟୁତ ବିଭାଗ ର ଅତିରିକ୍ତ ସେକ୍ସନ ଇନଚାର୍ଜ ଶୁଭମ ମହାନ୍ତି ଙ୍କ ଅଭିଯୋଗ କ୍ରମେ କୁଣ୍ଡେଶ୍ୱର ନିକଟରେ ଥିବା ଟ୍ରାନ୍ସଫରମର ର କିଛି ବୈଦୁତିକ ଉପକରଣ ଓ ବିଦ୍ୟୁତ ତାର ଚୋରି ହୋଇ ଥିବା ନେଇ ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନ ରେ କରିଥିଲେ l ପୋଲିସ ଉକ୍ତ ଅଭିଯୋଗ ଆଧାର ରେ ଗୋଟେ କେଶ୍ ଦାୟର କରି ଘଟଣା ର ତଦନ୍ତ କରିବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି | ଦୁଇ ଜଣ ହେଲେ କୁଣ୍ଡେଶ୍ୱର ଗ୍ରାମର ରମେଶ କାଣ୍ଡି ଙ୍କ ପୁଅ ବିଶ୍ଵକର୍ମା କାଣ୍ଡି ଓ ଅନ୍ୟଜଣେ ଉକ୍ତ ଗ୍ରାମର ଜଣେ ନାବାଳକ କୁ ପୋଲିସ ଗିରଫ କରିବା ସହିତ ଚୋରି ଯାଇଥିବା ସାମଗ୍ରୀ, ନଗଦ 4100 ଟଙ୍କା ଓ ଚୋରି ରେ ବ୍ୟବହୃତ ଉପକରଣ କୁ ମଧ୍ୟ ପୋଲିସ ଜବତ କରିଥିବା କୁ ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଜଗତସିଂହପୁର ଏସଡିପିଓ ଆଞ୍ଜିକ୍ୟ ମାଣେ ।