୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ କ୍ରିକେଟ ଲିଗ ମ୍ୟାଚର ଚତୁର୍ଥ ଦିବସ ପ୍ରତିଯୋଗିତାର ଫଳାଫଳ ।
pragyansila bureau | 09 Dec 2025 | 12 min read | 15 views
ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲାର ସାତୋଟି ଷ୍ଟାଡିଅମ ରେ ୩୧ଟି କ୍ରୀଡ଼ାଜିଲ୍ଲା ମଧ୍ୟରୁ ଆଜି ଚତୁର୍ଥ ଦିବସରେ ୧୭ବର୍ଷରୁ କମ ବାଳକ ବିଭାଗରେ ୧୦ଟି ମ୍ୟାଚ ଓ ବାଳିକା ବିଭାଗରେ ୬ଟି ମ୍ୟାଚ ଲିଗ ଭିତ୍ତିରେ ଅନୁଷ୍ଠିତ ହୋଇଯାଇଛି l ବାଳକ ବିଭାଗରେ ନବ କୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ କୋରାପୁଟ ବନାମ ସୋନପୁର ମଧ୍ୟ ରେ ଅନୁଷ୍ଠିତ ମ୍ୟାଚ୍ ରେ କୋରାପୁଟ ୮ରନ୍ ରେ ବିଜୟ ଲାଭ କରିଥିଲା ବେଳେ କେନ୍ଦ୍ରାପଡ଼ା ବନାମ ଗଜପତି ମ୍ୟାଚ୍ ରେ ଗଜପତି ୭ ୱିକେଟ୍ ରେ ବିଜୟ ଲାଭ କରିଛି ।ନନ୍ଦବ୍ରତ ଷ୍ଟାଡିୟମ ଠାରେ ଅନୁଷ୍ଠିତ ରାୟଗଡ଼ା ବନାମ ବଲାଙ୍ଗୀର ମ୍ୟାଚ୍ ରେ ବଲାଙ୍ଗୀର ୮ ୱିକେଟ୍ ରେ ବିଜୟ ଲାଭ କରିଥିଲାବେଳେ ବାଲେଶ୍ଵର ବନାମ ନବରଙ୍ଗପୁର ମ୍ୟାଚ୍ ରେ ନବରଙ୍ଗପୁର ୭୪ ରନ୍ ରେ ବିଜୟ ଲାଭ କରିଅଛି । ସତୀ ଖେଳପଡିଆ ଠାରେ ସମ୍ବଲପୁର ବନାମ କଳାହାଣ୍ଡି ମ୍ୟାଚ୍ ରେ ସମ୍ବଲପୁର ୧୨୭ ରନ୍ ରେ ବିଜୟ ଲାଭ କରିଥିଲାବେଳେ ମାଲକାନଗିରି ବନାମ ନୟାଗଡ଼ ମ୍ୟାଚ୍ ରେ ମାଲକାନଗିରି ୮ ୱିକେଟ୍ ରେ ବିଜୟ ଲାଭ କରିଅଛି । ତର୍ତ୍ତଙ୍ଗ ମିନିଷ୍ଟାଡିୟମ ଠାରେ ମୟୂରଭଞ୍ଜ ବନାମ ଖୋର୍ଦ୍ଧା ମ୍ୟାଚ୍ ରେ ଖୋର୍ଦ୍ଧା ୬ ୱିକେଟ୍ ରେ ବିଜୟ ଲାଭ କରିଥିଲାବେଳେ , ଝାରସୁଗୁଡ଼ା ବନାମ କେଉଁଝର ମ୍ୟାଚ୍ ରେ କେଉଁଝର ୫ଵିକେଟ୍ ରେ ବିଜୟ ଲାଭ କରିଅଛି ।ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ରେ ଅନୁଗୁଳ ବନାମ ଢେଙ୍କାନାଳ ମ୍ୟାଚ୍ ରେ ଢେଙ୍କାନାଳ ୧ ୱିକେଟ୍ ରେ ବିଜୟ ଲାଭ କରିଥିଲା ବେଳେ ଗଂଜାମ ବନାମ ଭଦ୍ରକ ମ୍ୟାଚ୍ ରେ ଭଦ୍ରକ ୫୫ ରନ୍ ରେ ବିଜୟ ଲାଭ କରିଅଛି । ସେହିପରି ୧୭ବର୍ଷରୁ କମ ବାଳିକା ବିଭାଗରେ ପୁନଙ୍ଗ ସ୍ଥିତ ପୋଲିସ ବାରlକ ପଡିଆରେ କେଉଁଝର ବନାମ ସମ୍ବଲପୁର ମ୍ୟାଚ୍ ରେ ସମ୍ବଲପୁର ୪ ରନ୍ ରେ ବିଜୟ ଲାଭ କରିଥିଲାବେଳେ ଭୁବନେଶ୍ୱର ବନାମ ଭଦ୍ରକ ମ୍ୟାଚ୍ ରେ ଭୁବନେଶ୍ୱର ୯ ୱିକେଟ୍ ରେ ଏବଂ ମୟୁରଭଞ୍ଜ ବନାମ ନବରଙ୍ଗପୁର ମ୍ୟାଚ୍ ରେ ମୟୁରଭଞ୍ଜ ୨ରନ୍ ରେ ବିଜୟ ଲାଭ କରିଅଛି ।ଜୟଦୁର୍ଗା ୟୁଥ ଆଥଲେଟିକ କ୍ଲବ ଖେଳ ପଡିଆରେ ବଲାଙ୍ଗୀର ବନାମ ପୁରୀ ମ୍ୟାଚ୍ ରେ ପୁରୀ ୯ ୱିକେଟ୍ ରେ,କଟକ ବନାମ ଅନୁଗୁଳ ମ୍ୟାଚ୍ ରେ କଟକ ୯ ୱିକେଟ୍ ରେ ଓ ବଲାଙ୍ଗୀର ବନାମ ଝାରସୁଗୁଡ଼ା ମ୍ୟାଚ୍ ରେ ବଲାଙ୍ଗୀର ୯ ୱିକେଟ୍ ରେ ବିଜୟ ଲାଭ କରିଛନ୍ତି l ସମସ୍ତ ମ୍ୟାଚ୍ କୁ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କ ମାର୍ଗଦର୍ଶନରେ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ, ଡ. ସୁଶାନ୍ତ ମହାନ୍ତି, ସହକାରୀ ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ପରିଡା ଓ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଜୟନ୍ତ କୁମାର ରlୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ଅନୁଷ୍ଠିତ ହୋଇଥିଲା l ପ୍ରତ୍ୟେକ ମ୍ୟାଚ୍ ସ୍ଥଳରେ ଜଗତସିଂହପୁର ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ବେଳେ ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ଖେଳାଳି ଉପଭୋଗ କରିଥିଲେ । lଏହି ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତାରେ ସମସ୍ତ ବ୍ଲକର ବ୍ଲକ ଶିକ୍ଷାଧିକାରୀ,ଏହି କ୍ରିକେଟ ପ୍ରତିଯୋଗିତା ପାଇଁ ଗଠିତ ଜିଲ୍ଲା କମିଟିର ସମସ୍ତ ସଦସ୍ୟ/ସଦସ୍ୟା ଓ ରାଜ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ଓ ସହଯୋଗ ପ୍ରଦାନ କରିଥିଲେ l
