Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦିପି ପୌର ପରିଷଦ ସହଯୋଗରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନବ ପ୍ରାଧିକରଣର କର୍ମଶାଳା ଅନୁଷ୍ଠିତ ।

Alok Kumar Mohapatra | 09 Dec 2025 | 11 min read | 14 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ପୌର ପରିଷଦ ସହଯୋଗରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫ.ଏସ୍.ଏସ୍.ଏ. ଆଇ) ର ଏକ କର୍ମଶାଳା ମଙ୍ଗଳବାର ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଜୟଦେବ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳାରେ ପାରାଦ୍ଵୀପ ପୌର ପରିଷଦର ଅଧ୍ଯକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ଯକ୍ଷା, ସମସ୍ତ ପାରିଷଦ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ମେଡିକାଲ ଅଫିସର ଡ. ଅଲ୍ଲି ଓ ଏଫ.ଏସ୍.ଏସ୍.ଏ.ଆଇ ର ଅଧିକାରୀ ସୌରଭ ରୋହିଲା ଓ ପ୍ରଶିକ୍ଷକ କୁଲ୍‌ଭୁଷଣ ଭାଟ୍ଟି ତଥା ହିତାଧିକାରୀ ଭାବେ ରାସ୍ତାକଡରେ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ସମସ୍ତ ରାସ୍ତାକଡ ବିକ୍ରେତା ଦୋକାନୀ ମାନେ ଅଂଶଗ୍ରହଣ କରିଥିଲେ I
ଏହି ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳାରେ ଏଫ.ଏସ୍.ଏସ୍.ଏ.ଆଇ ଓ ପାରାଦ୍ଵୀପ ପୌର ପରିଷଦର ମିଳିତ ସ‌ହ‌ଯୋଗରେ ଆୟୋଜନ କରାଯାଇ ଥିଲା । ସୁରକ୍ଷିତ ଖାଦ୍ୟ ବ୍ୟବସାୟ ଏବଂ ସ୍ଥାୟୀ ଜୀବିକା ପାଇଁ ଜରୁରୀ ପ୍ରମୁଖ ସରକାରୀ ଯୋଜନା, ଆଇନ୍ ଗତ ଅନୁପାଳନ ଏବଂ ସ୍ଵଚ୍ଛତା ଅଭ୍ୟାସ ବିଷୟରେ ସ୍ଥାନୀୟ ରାସ୍ତା ବିକ୍ରେତା ମାନଙ୍କୁ ସୁଚନା ଦେବା ଏବଂ ସଶକ୍ତ କରିବା ଉଦେଶ୍ୟରେ ଜୟଦେବ ସଦନ ଠାରେ ଏକ ରାସ୍ତା ବିକ୍ରେତା ମାନଙ୍କ ସଚେତନତା କର୍ମଶାଳା ଅୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ସମୟରେ, ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ସ୍ଵନିଧ ଯୋଜନା ସମ୍ବନ୍ଧରେ ସଚେତନ କରାଯାଇ ଥିଲା, ଯାହା ରାସ୍ତା ବିକ୍ରେତା ମାନଙ୍କୁ ବିନା ବନ୍ଧକରେ କାର୍ଯ୍ୟକାରୀ ପୂଞ୍ଜି ରଣ ପ୍ରଦାନ କରେ ଏବଂ ଡିଜିଟାଲ କାରବାର ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକୁ ସମର୍ଥନ କରେ। ଏହି କର୍ମଶାଳାରେ ଏଫ.ଏସ୍.ଏସ୍.ଏ.ଆଇ ପଞ୍ଜିକରଣ ଆବଶ୍ୟକତା ଉପରେ ଏକ ଅଭିମୁଖକରଣ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା ଯେଉଁଥିରେ ଖାଦ୍ୟ ବିକ୍ରେତାଙ୍କ ପାଇଁ ଖାଦ୍ୟ ସୁରକ୍ଷା, ପରିଷ୍କାର ପରିଚ୍ଛନ୍ନତା ଏବଂ ନିରାପଦ ପରିଚାଳନା ଅଭ୍ୟାସ ଉପରେ ଗୁରୁତ୍ଵ ଦିଆଯାଇଥିଲା I ଅଂଶ ଗ୍ରହଣ କରିମାନଙ୍କୁ ଏଫ.ଏସ୍.ଏସ୍.ଏ.ଆଇ ପଞ୍ଜିକୃତ ବିକ୍ରେତା ହେବାର ଲାଭ ବିଷୟରେ ଅବଗତ କରାଯାଇଥିଲା I ଏହା ସହିତ ବାଣିଜ୍ୟ ଲାଇସେନ୍ସ ପାଇବା ଏବଂ ସଠିକ ପରିମଳ ମାନଦଣ୍ଡ ବଜାୟ ରଖୁବା ଯେପରିକି ବର୍ଜ୍ୟବସ୍ତୁ ନିଷ୍କାସନ, ବ୍ୟକ୍ତିଗତ ପରିଚ୍ଛନତା, ସଫାଇ ଉପକରଣ ଏବଂ ଖାଦ୍ୟ ସାମଗ୍ରୀର ସୁରକ୍ଷିତ ସଂରକ୍ଷଣ ଉପରେ ମାଗଦର୍ଶନ ପ୍ରଦାନ କରାଯାଇଥିଲା I
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରାସ୍ତା ବିକ୍ରେତା ମାନଙ୍କର ବ୍ୟବସାୟୀକ ଉନ୍ନତି ଆଣିବା, ଜନସ୍ୱାସ୍ଥ୍ୟ ସୁରକ୍ଷା ସୁରକ୍ଷିତ କରାଇବା ଏବଂ ସରକାରୀ ଢାଞ୍ଚା ଆଧାରରେ ଆନୁଷ୍ଠାନିକୀକରଣକୁ ସକ୍ଷମ କରିବା ପାଇଁ ସମର୍ଥନ କରିବା l ଉକ୍ତ କର୍ମଶାଳାକୁ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ସୁଭାରମ୍ଭ କରିଥିବା ବେଳେ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ବିଜୁ ମେମୋରିଆଲ ଚିକିତ୍ସାଳୟର ମେଡିକାଲ ଅଫିସର ଡ. ଅଲ୍ଲି ଏବଂ ଏଫ.ଏସ୍.ଏସ୍.ଏ.ଆଇ ଅଫିସର ସୌରଭ ରୋହିଲା ପ୍ରମୁଖ ଉପସ୍ଥିତ ଥିଲେ l