Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବିଦ୍ୟୁତ ସରଞ୍ଜାମ ଚୋରି କରି ବନ୍ଧା ହେଲା ଚୋର

pragyansila bureau | 18 Jun 2025 | 5 min read | 10 views

ପାରାଦ୍ୱୀପ ( ପି.ଏନ. ଏସ ) : ଦିର୍ଘ ବର୍ଷ ହେଲା ଗ୍ରାମରେ ଲୋ ଭୋଲଟେଜ ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିଲେ। ବିଦ୍ୟୁତ୍ ଅଫିସ କୁ ବାରମ୍ବାର ଦୈାଡି ଦୈାଡି ଗ୍ରାମରେ ଏକ ନୂତନ ଟ୍ରାନ୍ସଫରମର ଲଗାଯାଇ ସମସ୍ତ କାର୍ଯ୍ୟ ସରିଥିଲା। ରାତି ପାହି ଥିଲେ ହୋଇଥାନ୍ତା ବିଦ୍ୟୁତ୍ ସଂଯୋଗ। ମାତ୍ର ରାତିରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଶେଷ ପର୍ଯ୍ୟାୟ ଯାଞ୍ଚ୍ କରିବାକୁ ଆସି ଦେଖିଲେ କେବଳ ଟ୍ରାନ୍ସଫରମର କୁ ଛାଡି ସମସ୍ତ ଜିନିଷ ଚୋରି ହୋଇଯାଇଛି। ଗ୍ରାମବାସୀ ଓ ବିଦ୍ୟୁତ୍ କର୍ମଚାରୀ ସଙ୍ଗେ ସଙ୍ଗେ ପାରାଦ୍ଵୀପ ଲକ୍ ଥାନା କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଯାଞ୍ଚ୍ କରିବା ସହିତ ଏକ ଗୁହାଳ ଘରୁ ସମସ୍ତ ବିଦ୍ୟୁତ୍ ସରଞ୍ଜାମ କୁ ଜବତ କରିଥିଲା । ଏହି ଘଟଣାରେ ଚୋରି କରିଥିବା ଯୁବକ ସେକ୍ ଫିରୋଜ କୁ ଗିରଫ କରିଛି ଲକ୍ ଥାନା ପୋଲିସ। ପାରାଦ୍ଵୀପ ଗଡ଼ ଚୂନ ଛକ ମୁସଲିମ ପଡ଼ାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଚୋରି ସାମଗ୍ରୀ ର ଆନୁମାନିକ ମୁଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ବୋଲି ସୂଚନା ମିଳିଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ଚୋରି କରିଥିବା ଯୁବକ କୁ ଗିରଫ କରି ଥାନାକୁ ଆଣିବା ସହିତ ଲୋକମାନଙ୍କୁ ବୁଝାସୁଝା କରିଛି।