ପାରାଦ୍ଵୀପ ରେ ଅତ୍ୟାଧୁନିକ କେ.ଏମ.ଏସ ହସ୍ପିଟାଲ ଉଦଘାଟନ କଲେ ଶିଳ୍ପମନ୍ତ୍ରୀ ।
Alok Kumar Mohapatra | 08 Dec 2025 | 10 min read | 17 views
ପାରାଦ୍ୱୀପ ( ପି.ଏନ. ଏସ ) : ବନ୍ଦର ଓ ଶିଳ୍ପ ସମୃଦ୍ଧ ପାରାଦ୍ଵୀପରେ ଏକ ଭଲ ହସପିଟାଲ ଟିଏ ନଥିବାରୁ କୌଣସି ଛୋଟବଡ ଦୁର୍ଘଟଣା ଘଟିଲେ କଟକ କିମ୍ବା ଭୂବନେଶ୍ୱର କୁ ଯିବାକୁ ପଡୁଥିଲା । କିନ୍ତୁ ଏବେ ପାରାଦ୍ଵୀପ ଉପକଣ୍ଠ ପିପ୍ପଳ ଠାରେ ପାରାଦୀପ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଙ୍କ ଦ୍ବାରା ଏକ ଅତ୍ୟାଧୁନିକ କେ.ଏମ୍.ଏସ୍. ହସପିଟାଲ ର ସୋମବାର ଦିନ ଶୁଭ ଉଦଘାଟନ ହୋଇଛି । ଯାହାକି ଏ ଅଞ୍ଚଳ ପାଇଁ ଏକ ଗୌରବ ବୋଲି କହିଛନ୍ତି ଶୀଳ୍ପମନ୍ତ୍ରୀ । ଏହି ହସପିଟାଲ ରେ ସିଟିସ୍କାନ୍ ଠାରୁ ଆରମ୍ଭ କରି ରେଡ଼ିଓ ଗ୍ରାଫି,ମର୍ଡନ ଲାବୋରେଟୋରୀ ଏବଂ ନୂଆନୂଆ ଡାଇଗ୍ନୋସିସ୍ କରିବା ପାଇଁ ବ୍ୟବସ୍ଥା ରହିଛି। ତାହା ସହିତ ଆଇ.ସି.ୟୁ. ଜେନେରାଲ ଓ୍ବାର୍ଡ, କର୍ପୋରେଟର ମାନଙ୍କ ପାଇଁ ସ୍ବତନ୍ତ୍ର କ୍ୟାବିନ୍ ମଧ୍ୟ ରହିଛି । ତେଣୁ ପାରାଦ୍ଵୀପ ରେ ଥିବା ଆବଶ୍ୟକତା କୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସେବା ଯୋଗାଇ ଦେବାପାଇଁ କେ.ଏମ୍.ଏସ୍ ହସପିଟାଲ ନିଶ୍ଚିତ ଭାବରେ ଏକ ସହଯୋଗୀ ହେବ ବୋଲି ଶୀଳ୍ପ ମନ୍ତ୍ରୀ ପ୍ରକାଶ କରିଛନ୍ତି । ତିନିଜଣ ଯୁବ ଡାକ୍ତର ତାଙ୍କ ମା' ଙ୍କ ନାମରେ ଏହି ହସପିଟାଲ ଟିକୁ ଖୋଲିଥିବା ବେଳେ ସାଧାରଣ ମାଆ ମାନଙ୍କ ସମେତ ବରିଷ୍ଠ ଲୋକ ଓ ସବୁ ବର୍ଗର ଲୋକ ମାନଙ୍କ ପାଇଁ ସୁଲଭ ଓ ସହଜ ଉପାୟରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବାର ଲକ୍ଷ ରଖାଯାଇଛି ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି । ଗରିବ ଲୋକ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଏହି ହସ୍ପିଟାଲରେ ମାଗଣା ଓ.ପି.ଡି ବ୍ୟବସ୍ଥା ରହିଥିବା ବେଳେ ରୋଗୀ ମାନଙ୍କ ପାଇଁ କଟକ ଭୂବନେଶ୍ୱର ଭଳି ସମସ୍ତ ସୁବିଧା ଏଠାରେ ଉପଲବ୍ଧ ରହିଛି। ଆଗାମୀ ଦିନରେ ଜି.ଜେ.ଏ.ଓ୍ବାଇ ଏବଂ ଏ.ବି.ପି.ଏମ ଯୋଜନା ହସପିଟାଲରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ଯଦି କାର୍ଯ୍ୟକାରି ହୁଏ ନିଶ୍ଚିତ ରୂପେ ମାଗଣା ସ୍ବାସ୍ଥ୍ୟସେବା ପାରାଦ୍ଵୀପ ବାସୀ ଙ୍କୁ ଯୋଗାଇ ଦିଆଯିବ ବୋଲି ହସପିଟାଲ ତରଫରୁ କୁହାଯାଇଛି ।
ଡା. ମହେଶ ରଞ୍ଜନ ରାୟ, ଆବାହକ, କେଏମଏସ ହସ୍ପିଟାଲ, ଡା.ଜେ.ଲୋହିତ କୁମାର ଓ ଡା. ସୋମ୍ୟ ରଞ୍ଜନ ପରିଡା ତିନି ଯୁବ ଡାକ୍ତରଙ୍କ ପ୍ରୟାସରେ ନିଜ ମା କ୍ରିଷ୍ଣା, ମଞ୍ଜୁ ଓ ସରସ୍ବତୀ ଙ୍କ ନାମରେ କେ.ଏମ.ଏସ ଭଳି ଏକ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ କରାଯାଇଛି l ସରକାର ଙ୍କ ସ୍ୱାସ୍ଥ୍ୟ ଯୋଜନାରେ ଏହି ହସ୍ପିଟାଲ କୁ ଅନ୍ତର୍ଭୁକ୍ତ କରି ସ୍ଥାନୀୟ ଲୋକ ମାନଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେବା ସହ ଏହି ହସ୍ପିଟାଲ ଅଞ୍ଚଳର ଚିକିତ୍ସା ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଅୟାରମ୍ଭ ବୋଲି କହିଥିଲେ l ଏହି ଉଦଘାଟନୀ ସମାରୋହରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ l