୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ କ୍ରିକେଟ ପ୍ରତିଯୋଗିତା ୨୦୨୫-୨୬ ଉଦଘାଟିତ ।
pragyansila bureau | 08 Dec 2025 | 8 min read | 12 views
ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ପରିସରସ୍ତ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ, ଭୁବନେଶ୍ୱର ଓ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଜଗତସିଂହପୁର ସୌଜନ୍ୟରୁ ୬୯ତମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ଜଗତସିଂହପୁରର ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ, ଡ ସୁଶାନ୍ତ କୁମାର ମହାନ୍ତି, ମାଧ୍ୟମିକ ଶିକ୍ଷା, ଭୁବନେଶ୍ୱରର ପ୍ରାକ୍ତନ ଅତିରିକ୍ତ ନିର୍ଦେଶକ ବିଶ୍ୱଜିତ ଘୋଷ, ପ୍ରାକ୍ତନ ଯୁଗ୍ମ ନିର୍ଦେଶକ ସପନ କୁମାର ଜେନା, ଜଗତସିଂହପୁର ପୌରପରିଷଦର ଅଧକ୍ଷା ଅର୍ଚ୍ଚନା ସିଂହ, ଜିଲ୍ଲାପରିଷଦର ଅଧକ୍ଷ ମନୋଜ କୁମାର ଭୋଇ ଏବଂ ଶାରୀରିକ ଶିକ୍ଷାଅଧିକାରୀ ଜୟନ୍ତ କୁମାର ରାୟ ସନମ୍ମାନୀୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା କ୍ରୀଡ଼ାବିତ ମାନଙ୍କୁ ମାର୍ଗଦର୍ଶନ କରିଥିଲେ l ଉତ୍ସବ ପ୍ରାରମ୍ଭରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁରର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲା ବେଳେ ୩୦ଟି ଜିଲ୍ଲାର କ୍ରୀଡ଼ାବିତମାନେ ସୁନ୍ଦର ଢଙ୍ଗରେ ମାର୍ଚ୍ଚପାଷ୍ଟ ରେ ପ୍ରତିନିଧିତ୍ୱ କରିଥିଲେ l ଜିଲ୍ଳାବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଶାରୀରିକ ଶିକ୍ଷା ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ଜ୍ୟୋତିପ୍ରସାଦ ପରିଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ବିଜ୍ଞାନ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଏବଂ ଶିକ୍ଷୟତ୍ରୀ ମନୀଷା ମିଶ୍ର ମଞ୍ଚ ପରିଚାଳନା କରିଥିଲେ l ପବିତ୍ର ମୋହନ ଗୋଛାୟତ, ଅଜୟ କୁମାର ଭୋଇ, ବିନୀତ ଖୁଣ୍ଟିଆ, ରଞ୍ଜନ କୁମାର ମିଶ୍ର, ରଶ୍ମୀକାନ୍ତ ଦାସ, ଚନ୍ଦନ କୁମାର ବେହେରା, ଜ୍ଞାନରଞ୍ଜନ ବିଶ୍ୱାଳ, ବିକ୍ରମ ମହାପାତ୍ର ଅବଦୁଲ ହମିଦ, ମିଲନ କୁମାର ଓଝା ଏବଂ ଭୁବନାନନ୍ଦ ଦାସ ପ୍ରଭୁତି ଉତ୍ସବ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l ଏହି ବିଦ୍ୟଳୟ ସମୂହ କ୍ରିକେଟ ପ୍ରତିଯୋଗିତା ଚଳିତମାସ ୦୬ତାରିଖରୁ ଆରମ୍ଭ ହୋଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସାତୋଟି ଷ୍ଟାଡିୟମରେ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ l
