Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ପାରାଦ୍ଵୀପ କେନ୍ଦ୍ରୀୟ ବିଦ୍ୟାଳୟରେ ଜେଜେବାପା ଓ ଜେଜେମା ଦିବସ ପାଳିତ ।

Alok Kumar Mohapatra | 06 Dec 2025 | 6 min read | 15 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପ୍ରାଥମିକ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଜେଜେବାପା ଜେଜେମା ଦିବସ ଶନିବାର ଦିନ ପାଳିତ ହୋଇଯାଇଛି । ସକାଳ ୮ ଘଟିକା ରୁ ୧୧ ଘଟିକା ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବରେ ୩୦୦ ରୁ ଅଧିକ ଜେଜେବାପା, ଜେଜେମା, ଅଜା, ଆଇ ଆଦି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ କଲେଜର ବରିଷ୍ଠ ଇଂରାଜୀ ଅଧ୍ୟାପକ ଗଣେଶ୍ୱର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜେଜେବାପା ଓ ଜେଜେମା ମାନଙ୍କୁ ଉଚିତ୍ ସମ୍ମାନ ଦେବା ତଥା ସେମାନଙ୍କର ଅବଦାନକୁ ସାରା ଜୀବନ ମନେ ରଖିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରାଚାର୍ଯ୍ୟ ପଙ୍କଜ ବାର୍ଷ୍ନେୟ ଛାତ୍ରଛାତ୍ରୀମାନଙ୍କ ଜୀବନରେ ଏହି ବରିଷ୍ଠ ଅଭିଭାବକ ମାନଙ୍କର ଗୁରୁତ୍ଵ ବର୍ଣ୍ଣନା କରିବା ସହ ପିଲାମାନଙ୍କ ପ୍ରତି ସେମାନଙ୍କର ଭଲପାଇବା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜେଜେବାପା ଜେଜେମା ମାନଙ୍କ ପାଇଁ ଦୁଇଟି କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବ୍ରଜିତ ନାୟକ, ରାଜେନ୍ଦ୍ର ମିଶ୍ର, ଶିବାନନ୍ଦ ନାହକ, ସାକ୍ଷୀ ଶର୍ମା ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟର ଅଜୟ କୁମାର ପଣ୍ଡା, ଇତିଶ୍ରୀ ଦାସ, ବିକ୍ରମ ପ୍ରଧାନ, ସ୍ୱାଗତିକା ସାହୁ ତଥା ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।