Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ପାରାଦ୍ଵୀପ ବନ୍ଦରର ପ୍ରଥମ ଶ୍ରମିକ ନେତା ଦୋଳଗୋବିନ୍ଦ ଦାଶ ଙ୍କ ପରଲୋକ ।

Alok Kumar Mohapatra | 06 Dec 2025 | 7 min read | 17 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦରର ସର୍ବପୁରାତନ ତଥା ପ୍ରଥମ ବର୍ଷିଆନ ଶ୍ରମିକ ନେତା ଦୋଳଗୋବିନ୍ଦ ଦାଶ ଙ୍କ ୮୨ ବର୍ଷ ବୟସରେ ଶନିବାର ପ୍ରତ୍ୟୁଷରେ ତାଙ୍କ ପାରାଦୀପ ନୂଆବଜାର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି l ଦୀର୍ଘଦିନ ହେବ ଅସୁସ୍ଥତା ଥିବା ସ୍ବର୍ଗତ ଦୋଳଗୋବିନ୍ଦ ଦାଶ ଙ୍କ ବିୟୋଗରେ ପାରାଦ୍ଵୀପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସୂଚନାଥାଉକି ଶ୍ରୀ ଦାଶ ନୀଳାଚଳ ସିପିଙ୍ଗ ସର୍ଭିସ ନାମକ ଏକ ସଂସ୍ଥା ମାଧ୍ୟମରେ ପାରାଦ୍ଵୀପ ବନ୍ଦରର ପ୍ରଥମ ଜାହାଜରେ ଷ୍ଟିଭେଡୋରିଙ୍ଗ କାର୍ଯ୍ୟ କରିଥିଲେ l ତେବେ ବନ୍ଦରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ସମସ୍ୟା ଅତି ନିକଟରୁ ଦେଖିଥିବା ଦୋଳଗୋବିନ୍ଦ ବ୍ୟବସାୟ ଛାଡି ଟଙ୍କା ପଛରେ ନଗୋଡ଼ାଇ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ବ୍ରତରେ ବ୍ରତୀ ହୋଇଥିଲେ l ଏବଂ ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସେ ଶ୍ରମିକଙ୍କ ପାଇଁ ସଂଗ୍ରାମ ଜାରି ରଖିଥିଲେ l ତେବେ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବଡ଼ ପୁଅ ଭବେନ୍ଦ୍ର ଦାଶ,କୀର୍ତ୍ତି ଚନ୍ଦ୍ର ଦାଶ, ଦୁଇ ବୋହୁ ଓ ବିଧବା ପତ୍ନୀ ଉପସ୍ଥିତ ଥିଲେ l ତାଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗଭୀର ଶୋକବ୍ୟକ୍ତ କରି ପରିବାର ଙ୍କୁ ସମବେଦନା ଜଣାଇଛନ୍ତି l ସେହିପରି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ, ବରିଷ୍ଠ ଶ୍ରମିକ ନେତା ସୁଧାକର ମନ୍ତ୍ରୀ, ପ୍ରକାଶ ତ୍ରିପାଠୀ,ଅଭିମନ୍ୟୁ ବେହେରା, ଶ୍ରୀକାନ୍ତ ରାୟ,ରାକେଶ ପଟ୍ଟନାୟକ, ନୃସିଂହ ଶତପଥୀ,ବିଭୁତି ମହାରଣା,ଶ୍ରମିକନେତା ତଥା ଯୁବ ନେତା ଆଲୋକ ମହାପାତ୍ର, ପାରିଷଦ ସୁବ୍ରତ ପ୍ରଧାନ,ପ୍ରତାପ ନାୟକ, ବ୍ୟବସାୟୀ କ୍ଷୀରୋଦ ସ୍ୱାଇଁ,ସାମ୍ବାଦିକ ଶୁକଦେବ ଜେନା, ଶଶାଙ୍କ ଆଚାର୍ଯ୍ୟ, ରବିନ୍ଦ୍ର ଜେନା,ନାରାୟଣ ବେହେରା, ରାମଚନ୍ଦ୍ର ସ୍ୱାଇଁ,ବିବେକାନନ୍ଦ ରାଉତ ପ୍ରମୁଖ ଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ବିଭିନ୍ନ ସଂଗଠନର ବ୍ୟକ୍ତିମାନେ ଦୋଳଗୋବିନ୍ଦ ଦାଶ ଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି l