ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ର ସିଭିଓ ଭାବେ ଆର.ଏନ. ଅବନୀକାନ୍ତ ପରିଡା ଙ୍କ ଦାୟିତ୍ୱ ଗ୍ରହଣ ।
Alok Kumar Mohapatra | 05 Dec 2025 | 5 min read | 14 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ର ଚିଫ ଭିଜିଲାନ୍ସ ଅଫିସର (ସିଭିଓ) ଭାବେ ଆର.ଏନ.ଅବନୀକାନ୍ତ ପରିଡା (୪୩), ଆଇଆରପିଏସ (୨୦୧୧) ଗତ ଡିସେମ୍ବର ୩ ତାରିଖରେ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ୨୦୧୧ ବ୍ୟାଚର ଜଣେ ଭାରତୀୟ ରେଳବାଇ କାର୍ମିକ ସେବା ଅଧିକାରୀ (ଆଇଆରପିଏସ)। ସେ ଓଡ଼ିଶା ରାଜ୍ୟର ଜଗତସିଂପୁର ଜିଲ୍ଲାର ବାସିନ୍ଦା । ସେ ମୁମ୍ବାଇର ଟିଏସ ଚାଣକ୍ୟ ବିଶ୍ୱବିଦ୍ୟାଳୟରୁ ସାମୁଦ୍ରିକ ବିଜ୍ଞାନରେ ବିଏସସି ପାଠ ପଢିଥିଲେ ଏବଂ ଜଣେ ମର୍ଚ୍ଚାଣ୍ଟ ନେଭି ଅଫିସର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କର ୧୮ ବର୍ଷର ସେବା ମଧ୍ୟରେ, ସେ ମର୍ଚ୍ଚାଣ୍ଟ ନେଭିରେ ୪ ବର୍ଷ ଏବଂ ଭାରତୀୟ ରେଳବାଇରେ ପ୍ରାୟ ୧୪ ବର୍ଷ ରେଳ ମନ୍ତ୍ରଣାଳୟରେ କାର୍ଯ୍ୟ କରିଥିଲେ ।
ଭାରତୀୟ ରେଳବାଇରେ ତାଙ୍କର ଉଜ୍ଜ୍ୱଳ କ୍ୟାରିୟରରେ, ଶ୍ରୀ ପରିଡା ଖୋର୍ଦ୍ଧା ଡିଭିଜନରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ । ପାରାଦ୍ଵୀପ ବନ୍ଦରରେ ଯୋଗଦେବା ପୂର୍ବରୁ , ସେ ପୂର୍ବ ତଟ ରେଳବାଇର ଖୋର୍ଦ୍ଧା ଡିଭିଜନର ବରିଷ୍ଠ ବିଭାଗୀୟ କାର୍ମିକ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ସାମୁଦ୍ରିକ କାର୍ଯ୍ୟ ବିଶେଷକରି ଜାହାଜ ଚଳାଚଳ, ମାନବ ସମ୍ବଳ, ଶୃଙ୍ଖଳାଗତ କାର୍ଯ୍ୟ ଇତ୍ୟାଦିରେ ସମୃଦ୍ଧ ଅଭିଜ୍ଞତା ରହିଛି। ସେ ବିଭିନ୍ନ ସରକାରୀ / ସରକାରୀ ସଂସ୍ଥାରେ ଅତିଥି ଅଧ୍ୟାପକ ଭାବରେ ଯୋଗ ଦେଇ ଶୃଙ୍ଖଳାଗତ କାର୍ଯ୍ୟ ଉପରେ ତାଲିମ ପ୍ରଦାନ କରନ୍ତି ।