Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପିପିଏଲ ସାରକାରଖାନାରେ ଯୁବକଙ୍କ ମୃତ୍ୟୁ କୁ ନେଇ ଧାରଣା ଦେଲେ ପରିବାର ଲୋକେ

pragyansila bureau | 18 Jun 2025 | 5 min read | 11 views

ପାରାଦ୍ୱୀପ ( ପି.ଏନ. ଏସ ) : ପିପିଏଲ ସାର କାରଖାନା ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଉକ୍ତ ଯୁବକ ଏକ ଠିକା ସଂସ୍ଥା ଅଧୀନରେ ଜିପସମ ପ୍ଲଟର ସୁପରଭାଇଜର କାର୍ଯ୍ୟ କରୁଥିବା ରଙ୍ଗିଆଗଡ ର ରମେଶ ଲେଙ୍କା । ତାଙ୍କ ମୃତ୍ୟୁକୁ ନେଇ ପିପିଏଲ ଗେଟ୍ ସମ୍ମୁଖରେ ପରିବାର ପକ୍ଷରୁ ଧାରଣା ଦିଆଯାଇଥିଲା । ଫଳରେ ପିପିଏଲ କାରଖାନା ଭିତରକୁ ଯିବା ଆସିବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଥିଲା । ଧାରଣା ହୋଇଥିବା ପର୍ଯ୍ୟନ୍ତ ମୃତ୍ୟୁ ର କାରଣ ସ୍ପଷ୍ଟ ଜଣାପଡି ନଥିବା ବେଳେ ରମେଶ ଡିୟୁଟି ପାଇଁ ଆସିଥିବା ବେଳେ ଜିପସମ ପ୍ଲଟ ରେ କାମ କରୁଥିଲେ । ମାତ୍ର ବିଳମ୍ବିତ ରାତିରେ ଠିକା ସଂସ୍ଥା ପକ୍ଷରୁ ରମେଶ ଙ୍କ ପରିବାର କୁ ଫୋନ୍ ଆସିଥିଲା, ତୁରନ୍ତ କଟକ ଆସ ରମେଶ ର ଅପରେସନ ହେବ ବୋଲି। ପରିବାର ଲୋକେ ମେଡିକାଲ ରେ ପହଞ୍ଚିବା ବେଳକୁ ରମେଶ ଙ୍କ ମୃତ୍ୟୁ ହୋଇଥିବା ଦେଖିଥିଲେ। ରମେଶ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ପରିବାର ଲୋକେ ଦେଖିଥିଲେ। ଫଳରେ ପରିବାର ଲୋକେ ରମେଶ ଙ୍କ ମୃତଦେହ କୁ ଆଣି କ୍ଷତିପୂରଣ ଦାବିରେ ପିପିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ। ଯେଉଁଥିପାଇଁ ପିପିଏଲ କାରଖାନା ଭିତରକୁ କିମ୍ବା କାରଖାନାରୁ ବାହାରକୁ କେହି ଯିବା ଆସିବା କରିପାରୁନଥିଲେ। ଘଟଣାସ୍ଥଳରେ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ।