ପାରାଦ୍ୱୀପ ରେ ତେଜୁଛି ଜିପ୍ସମ ବିବାଦ
Bureau report | 01 Jun 2025 | 9 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ପିପିଏଲ ସାର କାରଖାନା ରୁ ଜିପସମ ପରିବହନ କୁ ନେଇ ବିବାଦ ଥମିବାର ନାଁ ଧରୁନି। ଗତ ଦୁଇଦିନ ତଳେ ବିଜେଡି ନେତା ବାପି ସର୍ଖେଲ ଫେସବୁକ ଲାଇଭ ରେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ଙ୍କ ପାରିବାରିକ ଏନକେଏସ କମ୍ପାନୀ ପିପିଏଲ କାରଖାନା ରୁ ୧୦୦ ଟଙ୍କାରେ ଜିପସମ କିଣି ୪୦୦ ଟଙ୍କାରେ ବିକ୍ରି କରି ମାସକୁ ଦେଢ଼ କୋଟି ଟଙ୍କା ଲାଭ କରୁଥିବା ଦର୍ଶାଇଥିଲେ। ଏପରିକି ମନ୍ତ୍ରୀ ଙ୍କ ଚାପରେ ଜିପସମ ପରିବହନ ରେ ସାମିଲ ଥିବା ଅନ୍ୟ କିଛି ଭେଣ୍ଡର ଙ୍କୁ ବିଦା କରାଯାଇଥିବା ଅଭିଯୋଗ କରିଥିଲେ। ଯାହାକୁ ବିରୋଧ କରିଛି ପିପିଏଲ ଜିପସମ ଡିଲର ଓ ଲୋଡିଂ କଣ୍ଟ୍ରାକ୍ଟର ସଙ୍ଘ। ୨୦୨୩ ମସିହା ଠାରୁ ପିପିଏଲ ରୁ ୧୦୦ ଟଙ୍କା ଲେଖାରେ ଜିପସମ ପରିବହନ ହେଉଛି ଏବଂ ଏଥିରେ ଶିଳ୍ପ ମନ୍ତ୍ରୀ ଙ୍କୁ ଟାଣି ରାଜନୈତିକ ଫାଇଦା ନେବାପାଇଁ ବାପି ସର୍ଖେଲ ଉଦ୍ୟମ କରୁଥିବା କହିଛନ୍ତି । ଶିଳ୍ପ ମନ୍ତ୍ରୀ ଙ୍କ ଯୋଗୁଁ ଆମେ କାମ ପାଇଛୁ ଏବଂ ଆମ ଅଞ୍ଚଳର କିଛି ଲୋକ କାମ କରି ପରିବାର ଚଳାଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବାପି ସରଖେଲ ନିଜର ସ୍ୱାର୍ଥ ସାଧନ ପାଇଁ ଏମିତି କରୁଥିବା ସେମାନେ ଅଭିଯୋଗ କରିଛନ୍ତି | ବାରମ୍ବାର ମାଟିର ପୁଅ କହି ମାନ୍ୟବର ମନ୍ତ୍ରୀଙ୍କୁ ସେ ଅପମାନ କରୁଥିବା ସେମାନେ କହିଛନ୍ତି | ଅନ୍ୟପଟେ ଏହି ସାମ୍ବାଦିକ ସମ୍ମିଳନୀ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାପି ସର୍ଖେଲ। ପିପିଏଲ କମ୍ପାନୀ ର ପ୍ରଦୁ଼ଷଣ ମାତ୍ରା ଅଧିକ ଥିବାରୁ କେନ୍ଦ୍ର ପ୍ରଦୁଷଣ ବୋର୍ଡ କମ୍ପାନୀ କୁ ବନ୍ଦ କରିବା ସହିତ ବିଦ୍ୟୁତ୍ ସଂଯୋଗ କାଟିଦେବା ପାଇଁ ବିଦ୍ୟୁତ୍ ବିଭାଗ କୁ ନିର୍ଦେଶ ଦେଇଥିଲେ। ଶିଳ୍ପ ମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ପିପିଏଲ କତ୍ତୃପକ୍ଷ ୧୦୦ ଟଙ୍କା ଦରରେ କେବଳ ମନ୍ତ୍ରୀ ଙ୍କ ପାରିବାରିକ କମ୍ପାନୀକୁ ଜିପସମ ଦେବାକୁ ଚୁକ୍ତି ପରେ ହିଁ କମ୍ପାନୀ ଉପରୁ କଟକଣା ଉଠିଛି। ମୁଁ ଯେଉଁ ଏନକେଏସ କମ୍ପାନୀ କୁ ବିରୋଧରେ କହିଥିଲି ଉକ୍ତ କମ୍ପାନୀ ପକ୍ଷରୁ ପ୍ରତିକ୍ରିୟା ଦେବା ବଦଳରେ ପିପିଏଲ ର ଲୋଡିଂ କଣ୍ଟ୍ରାକ୍ଟର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବା ର ଅର୍ଥ ଏବେ ସେମାନେ ଚାପରେ ଅଛନ୍ତି। ଜିପସମ ପରିବହନ ହରାଇଥିବା ବେଳେ ଲୋଡିଂ କଣ୍ଟ୍ରାକ୍ଟର ରୁ ବାହାର କରିଦେବାର ଭୟରେ ସେମାନେ ମନ୍ତ୍ରୀ ଙ୍କ ଚାପରେ ସାମ୍ବାଦିକ ସମ୍ମିଳନୀ କରିଥିବା ଫୋନ୍ ଯୋଗେ ବାପି ସର୍ଖେଲ ପ୍ରତିକ୍ରିୟା ରଖିଛନ୍ତି।
