Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ପାରାଦ୍ଵୀପ ତୈଳ ବିଶୋଧନାଗାର ରେ ମଧ୍ୟରାତ୍ର ୨-ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ କୌଶଳ ।

Alok Kumar Mohapatra | 04 Dec 2025 | 4 min read | 13 views

ପାରାଦ୍ୱୀପ ( ପି.ଏନ. ଏସ ) : ଭାରତୀୟ ତୈଳ ନିଗମ ପାରାଦ୍ଵୀପ ତୈଳ ବିଶୋଧନାଗାରରେ ଗତ ଡିସେମ୍ବର ୩ ତାରିଖ ବୁଧବାର ମଧ୍ୟରାତ୍ର ସମୟରେ ଏକ ୨-ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ କୌଶଳ ଆୟୋଜନ କରାଯାଇଥିଲା l ​​ଯାହାର ଉଦ୍ଦେଶ୍ୟ ଥିଲା ବିଶୋଧନାଗାରରେ ଜରୁରୀକାଳୀନ ପ୍ରତିକ୍ରିୟାର ପ୍ରଭାବ ଏବଂ ପ୍ରସ୍ତୁତି ଯାଞ୍ଚ କରିବା। ଏହି ଅଭ୍ୟାସ ପାରାଦୀପ ତୈଳ ବିଶୋଧନାଗାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା ସଂସ୍ଥା ଦ୍ୱାରା ଅନୁମୋଦିତ। ଏହି କାର୍ଯ୍ୟକ୍ରମରେ ବିଶୋଧନାଗାର ସମେତ ପାରିପାର୍ଶ୍ଵିକ ସହଯୋଗୀ ଶିଳ୍ପ ସଂସ୍ଥା ର ପ୍ରତିନିଧି ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ l ଏହି ଅଭ୍ୟାସ କୌଶଳରେ ଏଫସିସି-ଏଲପିଜି ୟୁନିଟ୍ ରୁ ଗ୍ୟାସ କ୍ଷରଣ ବା ଲିକେଜ୍ ଓ ପ୍ରତିକ୍ରିୟା ଏବଂ ନିୟନ୍ତ୍ର ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉତ୍ତମ ଭାବରେ ସମନ୍ୱିତ ହୋଇଥିଲା ଏବଂ ସମସ୍ତ କର୍ତ୍ତୃପକ୍ଷ ଏହାକୁ ପ୍ରଶଂସା କରିଥିଲେ। ପାରାଦ୍ଵୀପ ବିଶୋଧନାଗାର ର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ମୂଖ୍ୟ କୌସିକ ବାସୁ ଏହି ଅଭ୍ୟାସ ସଂକ୍ରାନ୍ତୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ।